Bikash Khabar
ମିରଠରୁ ଅଷ୍ଟ୍ରେଲିଆ ଯିବ ଗଣପତିଙ୍କ ମୂର୍ତ୍ତି, ଜାଣନ୍ତୁ ମୂର୍ତ୍ତିର ବୈଶିଷ୍ଟ୍ୟତା

ଗଣେଷ ଚତୁର୍ଥି ଅବସରରେ ମିରଠରେ ପୂଜା ପାଇଥିବା ଗଜାନନଙ୍କ ମୂର୍ତ୍ତି ଏବେ ସାତ ସମୁଦ୍ର ପାର ହୋଇ ବିଦେଶ ମାଟିକୁ ଯିବ । ମିରଠର ଏକ କମ୍ପାନୀ ୨୫ ହଜାର ଗଣେଷ ମୂର୍ତ୍ତିଙ୍କୁ ଅକ୍ଟୋବର ସୁଦ୍ଧା ଅଷ୍ଟ୍ରେଲିଆରେ ପହଂଚାଇବ । ସେଗୁଡ଼ିକର ଏକ ଭବ୍ୟ ପ୍ରଦର୍ଶନ ଦୀପାବଳୀରେ କରାଯିବ । ଏହି ସବୁ ମୂର୍ତ୍ତି ୱାଟର ପ୍ରୁଫ୍ ହେବା ସାଙ୍ଗକୁ ପରିବେଶ ପାଇଁ ଅନୁକୂଳ ।
ମାର୍ବଲ ଏବଂ ସ୍ୱତନ୍ତ୍ର ପ୍ଲାଷ୍ଟିକରେ ନିର୍ମିତ ମୂର୍ତ୍ତିର ଗଡ଼ ଭାବେ ମିରଠକୁ ନୂଆ ପରିଚୟ ମିଳିଛି । ବେଦବ୍ୟାସପୁରୀରେ ଆରକେ ହସ୍ତକଳା ଦିନ ରାତି ଏକାକାର କରି ମୂର୍ତ୍ତି ଗଢୁଛି । ୧୫୦ରୁ ଊଦ୍ଧ୍ୱର୍ କାରିଗର ମାସକୁ ୧୦ ହଜାର ମୂର୍ତ୍ତି ଗଢୁଛନ୍ତି । ଅଷ୍ଟ୍ରେଲିଆର ଏକ ସଂସ୍ଥା ମିରଠର କମ୍ପାନୀକୁ ୨୫ ହଜାର ମୂର୍ତ୍ତି ପାଇଁ ଅର୍ଡ଼ର ଦେଇଛି ।
ରାଜସ୍ଥାନର ଧଳା ମାର୍ବଲର ପାଉଡ଼ରରେ ଏକ ସ୍ୱତନ୍ତ୍ର ରାସାୟନ ଭିଜାଇ ଛାଂଚରେ ଢଳାଯାଏ । ପରେ ଏହାକୁ ବାହାର କରାଯାଇ ରଙ୍ଗ ଦିଆଯାଏ । ଏହି ମୂର୍ତ୍ତି ଗୁଡ଼ିକ ଗଣେଷ ଚତୁର୍ଥି, ଦୁର୍ଗାପୂଜା, ଦଶହରା ଏବଂ ଦୀପାବଳୀ ପର୍ଯ୍ୟନ୍ତ ବଜାରରେ ଚମକ ସୃଷ୍ଟି କରିଥାନ୍ତି । ଭଗବାନ ବୁଦ୍ଧଙ୍କ ମୂର୍ତ୍ତି ପାଇଁ କାମ୍ବୋଡ଼ିଆ, ଚୀନ, ଥାଇଲାଣ୍ଡରେ ବଜାର ବଢୁଛି । ଚୀନରେ ଅଧିକ ବିକ୍ରୀ ହେଉଥିବା ମୂର୍ତ୍ତି ମିରଠରୁ ଯାଇଥାଏ । 
 

16/09/2018

Leave a Reply

Your email address will not be published. Required fields are marked *

Comments