Bikash Khabar
ପୂର୍ବତଟ ରେଳପଥର ସଫଳତା, ଉଚ୍ଛେଦ ହେଲା ଜଗୁଆଳ ବିହୀନ ସବୁ ରେଳ ଫାଟକ

ଧାର୍ଯ୍ୟ ସମୟ ଭିତରେ ପୂର୍ବତଟ ରେଳପଥକୁ ମିଳିଛି ସଫଳତା । ଜଗୁଆଳି ବିହୀନ ଫାଟକକୁ ଉଚ୍ଛେଦ କରି ଦୁର୍ଘଟଣାକୁ ନେଇ ବଢୁଥିବା ଆଶଙ୍କାକୁ ପ୍ରଶମିତ କରିଛି ଇଷ୍ଟକୋଷ୍ଟ ରେଲୱେ । ଚଳିତ ବର୍ଷ ଏହାର ପରିସୀମା ମଧ୍ୟରେ ଥିବା ୧୧୭ଟି ଜଗୁଆଳି ବିହୀନ ଫାଟକକୁ ବନ୍ଦ କରିଦିଆଯାଇଛି ।

୨୦୧୨ରେ ସମ୍ବଲପୁରଠାରେ ଅଟୋ-ଟ୍ରେନ ଧକ୍କାରେ ୧୩ଜଣ ଲୋକଙ୍କ ପ୍ରାଣହାନୀ ଘଟିଥିଲା । ମାନବ ବିହୀନ ରେଳ ଫାଟକରେ ବଢୁଥିବା ଦୁର୍ଘଟଣାକୁ ନେଇ ସାରା ଦେଶରେ ଚିନ୍ତା ପ୍ରକଟ କରାଯାଇଥିବାବେଳେ ପର୍ଯ୍ୟାୟକ୍ରମେ ସମସ୍ତ ମାନବ ବିହୀନ ରେଳଫାଟକ ଗୁଡ଼ିକୁ ବନ୍ଦ କରିବା ପାଇଁ ପଦକ୍ଷେପ ନିଆଯାଇଥିଲା । ୨୦୨୦ ସୁଦ୍ଧା ଇଷ୍ଟକୋଷ୍ଟ ରେଲୱେ ନିଜ ଅଧିନରେ ଥିବା ୫୦୦ ଜଗୁଆଳିବିହୀନ ଫାଟକକୁ ଉଚ୍ଛେଦ ପାଇଁ କାମ ଆରମ୍ଭ କରିଥିଲା । ୨୦୧୪ରେ ଧାର୍ଯ୍ୟ ସମୟରେ ପରିବର୍ତ୍ତନ କରାଯାଇ ୨୦୧୮ ସୁଦ୍ଧା ଏଭଳି ଫାଟକ ଉଚ୍ଛେଦ କରିବା ପାଇଁ କୁହାଯିବା ପରେ ଏହି କାର୍ଯ୍ୟ କ୍ଷିପ୍ରଗତିରେ ଆରମ୍ଭ ହୋଇଥିଲା ।
୨୦୧୪ରୁ ୨୦୧୮ ମଧ୍ୟରେ ସମୁଦାୟ ୪୧୪ ମାନବ ବିହୀନ ଫାଟକର ଉଚ୍ଛେଦ କରାଯାଇଛି । ସେଠାରେ ରେଳପଥ ରୋଡ଼ ଅଣ୍ଡର ବ୍ରିଜ, ସ୍ୱଳ୍ପ ଉଚ୍ଚତା ବିଶିଷ୍ଟ ଉପମାର୍ଗ, ରାସ୍ତାର ଦିଗ ପରିବର୍ତ୍ତନ ଓ ଆବଶ୍ୟକ କ୍ଷେତ୍ରରେ ଜଗୁଆଳି ନିୟୋଜନ କରାଯାଇଛି । କିଛି ସ୍ଥାନରେ ଗେଟ ମିତ୍ର ଓ ଗେଟ ପରାମର୍ଶଦାତାଙ୍କୁ ନିଯୁକ୍ତି କରାଯାଇ ସୁରକ୍ଷିତ ରେଳଧାରଣା ଅତିକ୍ରମ ପାଇଁ ସଚେତନ କରାଯାଉଛି । 
 

31/12/2018

Leave a Reply

Your email address will not be published. Required fields are marked *

Comments