Bikash Khabar
ବୁଣାକାରଙ୍କୁ ଡ଼ିଜିଟାଲ ଡ଼ିଜାଇନିଂ ତାଲିମ ଦେବ ମାଇକ୍ରୋସଫ୍ଟ

ମାଇକ୍ରୋସଫ୍ଟ ଇଣ୍ଡିଆ ଏହାର ସାମାଜିକ ଦାୟିତ୍ୱବୋଧ କାର୍ଯ୍ୟ ସ୍ୱରୂପ ହସ୍ତତନ୍ତ ବୁଣାକାରମାନଙ୍କ ପାଇଁ ଡ଼ିଜାଇନିଂକୁ ନେଇ ଡ଼ିଜିଟାଲ ତାଲିମ ପ୍ରଦାନ କରିବ । ଏହା ସହିତ କମ୍ପାନୀ ରି-ୱେଉ ଡ଼ଟ ଇନ ନାମକ ଏକ ନୁଆ ଇ-କମର୍ସ ଫ୍ଲାଟଫର୍ମର ଶୁଭାରମ୍ଭ କରିଛି । ଏହି ପ୍ଲାଟଫର୍ମ ଦ୍ୱାରା କାରିଗରମାନେ ପ୍ରତ୍ୟକ୍ଷ ରୂପେ କ୍ରେତାଙ୍କ ସହିତ ସଂଯୁକ୍ତ ହୋଇପାରିବେ । ଫଳରେ ଗ୍ରାହକ ସୃଷ୍ଟି ହେବା ସହିତ ବଜାରର ସଂପ୍ରସାରଣ ହୋଇପାରିବ ।

ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଫ୍ୟାଶନ ଟେକ୍ନୋଲୋଜି ସହାୟତାରେ ମାଇକ୍ରୋସଫ୍ଟ କ୍ୟାଡ଼ ଓ ହ୍ୟାଣ୍ଡଲୁମ ବୁଣାକାରଙ୍କ  ପାଇଁ ଏକ ସ୍ୱତନ୍ତ୍ର ପାଠ୍ୟକ୍ରମ ବିକଶିତ କରାଯାଇଛି । ଯାହା ହ୍ୟାଣ୍ଡଲୁମ ଡ଼ିଜାଇନିଂ କ୍ଷେତ୍ରରେ ଡ଼ିଜିଟାଲ ତାଲିମ ଦେବ । ସମାଜର ପ୍ରତିଟି ବର୍ଗରେ ଡ଼ିଜିଟାଲ ଟେକ୍ନୋଲୋଜି ଭାରତୀୟଙ୍କ ଜୀବନରେ ପରିବର୍ତ୍ତନ ଆଣୁଛି । ମାଇକ୍ରୋସଫ୍ଟ ଏଭଳି ପାଠ୍ୟକ୍ରମ ଜରିଆରେ ବୁଣାକାରଙ୍କୁ ଅଧିକ ଦକ୍ଷ କରାଇବା ସହିତ ସେମାନଙ୍କ ଜୀବିକାକୁ ନିଶ୍ଚିତତା ଦେବ ଏବଂ କଳାସଂସ୍କୃତି ପରମ୍ପରାକୁ ସୁଦୃଢ ଓ ଉନ୍ନତି କରାଇପାରିବ ବୋଲି ପରିଚାଳନା ନିର୍ଦ୍ଦେଶକ ଅନୀଲ ଭଁସାଲି ଏକ ପ୍ରମାଣ ପତ୍ର ବିତରଣ କାର୍ଯ୍ୟକ୍ରମରେ ଯୋଗ ଦେଇ କହିଛନ୍ତି ।

21/01/2019

Leave a Reply

Your email address will not be published. Required fields are marked *

Comments