Bikash Khabar
ଚିଲିକାରେ ପହଂଚିଲେ ବ୍ରାଜକ ପକ୍ଷୀ, ସୁରକ୍ଷା ପାଇଁ ଗଢା ହେଲା ସ୍କାର୍ଡ଼

ଶୀତ ଆସିିନି କିନ୍ତୁ ଚିଲିକା ମୁହାଁ ହେଲେଣି ବ୍ରାଜକ ପକ୍ଷୀ । ବୁଧବାର ଚିଲିକା ହ୍ରଦରେ ଥିବା ପକ୍ଷୀ ଅଭୟାରଣ୍ୟ ନଳବଣରେ ୫ ହଜାରରୁ ଅଧିକ ବିଦେଶାଗତ ପକ୍ଷୀଙ୍କ ସମାଗମ ହୋଇଛି । ବାଲୁଗାଁ ବନ୍ୟପ୍ରାଣୀ ବିଭାଗ ସୂତ୍ରରୁ ମିଳିଥିବା ତଥ୍ୟ ଅନୁଯାୟୀ ଚିଲିକା ହ୍ରଦକୁ ଏରା ଗଡ଼ୱାଲ, ପିଣ୍ଟେଲ, ସ୍ୟାଣ୍ଡ ପାଇପର ଓ ପ୍ଲୋଭର୍ସ ଆଦି ୨୦ ପ୍ରଜାତିର ପକ୍ଷୀ ପହଂଚି ସାରିଲେଣି ।
ପ୍ରତି ବର୍ଷ ଅକ୍ଟୋବର ମାସରେ ଚିଲିକାକୁ ପକ୍ଷୀମାନେ ଆସିଥାନ୍ତି । ବହୁତ ଆଗରୁ ଅକ୍ଟୋବରରେ ଶୀତର ଶୀତଳତା ଅନୁଭବ କରିହୁଏ । ଚଳିତ ବର୍ଷ ଅକ୍ଟୋବର ସରିବାକୁ ବସିଛି ହେଲେ ଶୀତ ଆସିନି । ଦୁଇ ସପ୍ତାହ ବିଳମ୍ବରେ ପକ୍ଷୀମାନେ ଚିଲିକାକୁ ଆସିଛନ୍ତି । ପକ୍ଷୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବାଲୁଗାଁ ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ୧୯ଟି କ୍ୟାମ୍ପ ଓ ଗୋଟିଏ ଭ୍ରାମ୍ୟମାଣ ସ୍କ୍ୱାଡ଼ ଗଠନ କରାଯାଇଛି । ବାଲୁଗାଁ, ଟାଙ୍ଗି, ରମ୍ଭା, ସାତପଡ଼ା ଓ ଚିଲିକା ଅଂଚଳରେ ଏହି ସ୍କାର୍ଡ଼ ନିୟୋଜିତ କରାଯାଇଛି । ଟାଙ୍ଗୀ ରେଞ୍ଜରେ ସର୍ବାଧିକ ୧୦ଟି କ୍ୟାମ୍ପ ନଳବଣରେ ୪, ସାତପଡ଼ାରେ ୨, ରମ୍ଭା ୧ ଓ ଚିଲିକାରେ ୧ଟି  କ୍ୟାମ୍ପ ରହିଛି । 
 

25/10/2018

Leave a Reply

Your email address will not be published. Required fields are marked *

Comments