Bikash Khabar
ଗ୍ରାମୀଣ ମହିଳାଙ୍କୁ ସଶକ୍ତ କରାଇଛି ଦୁଗ୍ଧ ସମବାୟ

କେନ୍ଦ୍ରାପଡ଼ା ଜିଲ୍ଲା ବଳାନନ୍ଦପୁର ଗାଁର ୩୮ ବର୍ଷ ବୟସ୍କା କଲ୍ୟାଣୀ ରାଉତ ଗାଁରେ ଦୁଗ୍ଧ ସମବାୟ ସମିତି ପରିଚାଳନା କରି ୧୪୦ ପରିବାରର ରୋଜଗାର ବୃଦ୍ଧିରେ ସହଯୋଗ କରି ପ୍ରଶଂସା ଅର୍ଜିଛନ୍ତି ।
ବଳାନନ୍ଦପୁର ଗାଁ ସମେତ ପଡ଼ୋଶୀ ଗାଁରେ ମଧ୍ୟ କଲ୍ୟାଣୀଙ୍କ ଉଦ୍ୟମକୁ ସାବାସୀ ଦେଉଛନ୍ତି ଗ୍ରାମବାସୀ । ତାଙ୍କର ପ୍ରୟାସ ଯୋଗୁଁ ଏଠାରୁ ଦୈନିକ ୨ହଜାର ଲିଟର କ୍ଷୀର ସଂଗ୍ରହ ହୋଇ ସମବାୟକୁ ଯାଇଥାଏ । ୨୦୦୦ ମସିହାରେ ସ୍ଥାପିତ ଏହି ଦୁଗ୍ଧ ସମବାୟ ସମିତି ଗାଁର ଗୋପାଳକମାନଙ୍କୁ ଆର୍ଥିକ ସଶକ୍ତ କରାଇଥିବା କଲ୍ୟାଣୀ କହନ୍ତି ।
ଏହି ସମବାୟର ଅନ୍ୟ ଜଣେ ସଦସ୍ୟ ୩୭ ବର୍ଷ ବୟସ୍କା ସବିତା ମଲିକ କହନ୍ତି ଗାଁରେ ଦୁଗ୍ଧ ସମବାୟ ସମିତି ଜରିଆରେ କ୍ଷୀରର ବିକ୍ରୀବଟ୍ଟା ଭଲରେ ହୋଇପାରୁଛି । ଏଥିରୁ ଆମେ ମାସକୁ ୩୦୦୦ରୁ ୫ ହଜାର ଟଙ୍କା ଯାଏ ସଂଚୟ କରିପାରୁଛୁ । ଆମ ପିଲାଙ୍କ ପାଠପଢା ଓ ଭବିଷ୍ୟତ ପାଇଁ ଏହା ସହାୟକ ହେଉଛି । ୩୦ ବର୍ଷ ବୟସ୍କା ମାଧବୀ କହନ୍ତି ଏହି ସମବାୟ ଆମ ଭବିଷ୍ୟତ ବଦଳାଇ ଦେଇଛି । ଗାଁରେ ଶ୍ୱେତ ବିପ୍ଲବ ପ୍ରତ୍ୟେକ ପରିବାରକୁ ପ୍ରଭାବିତ କରିଥିବା କହନ୍ତି ଅନୀମା ରାଉତ । ୨୦୧୦ରେ ଗାଁରେ ସରକାର ଏକ ଦୁଗ୍ଧ ଶୀତଳୀକରଣ କେନ୍ଦ୍ର ପ୍ରତିଷ୍ଠା କରି ଆମ ଆର୍ଥିକ ଉନ୍ନତି ଦିଗରେ ସହଯୋଗ କରିଛନ୍ତି । ଆଗରୁ ଗ୍ରାମବାସୀ କ୍ଷୀର ଲିଟର ୧୦ରୁ ୧୫ ଟଙ୍କା ଭିତରେ ବୁଲି ବୁଲି ବିକ୍ରୀ କରୁଥିଲେ ଏବେ ଗାଁ ଭିତରେ ଲିଟର ପ୍ରତି ୨୫ ଟଙ୍କା ଦରରେ ବିକ୍ରୀ କରୁଥିବା ସୂଚାଇଥିଲେ ଗାଁର ଜଣେ ମହିଳା ଝରଣା ସାହୁ । 
 

16/09/2018

Leave a Reply

Your email address will not be published. Required fields are marked *

Comments