Bikash Khabar
ଋାଜ୍ୟରେ ବଢିଛି ଦୁଗ୍ଧ ସଂଗ୍ରହ!

ରାଜ୍ୟରେ ଦୁଗ୍ଧ ଉତ୍ପାଦନରେ ଅଭିବୃଦ୍ଧି ଘଟିଛି । ପଞ୍ଜିକୃତ ଚାଷୀଙ୍କ ସଂଖ୍ୟା ମଧ୍ୟ ବଢିଛି । ୨୦୦୯-୧୦ରେ ରାଜ୍ୟରେ ୩୪୫୧ ଦୁଗ୍ଧ ଉତ୍ପାଦନ ସମିତି ଥିବାବେଳେ ୨୦୧୬-୧୭ରେ ୩୭୨୬ ଏବଂ ବର୍ତ୍ତମାନ ଏହା ୩୯୩୩କୁ ବୃଦ୍ଧି ପାଇଛି । ୨୦୨୦-୨୧ ସୁଦ୍ଧା ୪୭୦୫କୁ ବଢାଇବାକୁ ଲକ୍ଷ୍ୟ ରଖାଯାଇଛି ।

ରାଜ୍ୟରେ ୨୦୦୯-୧୦ ବର୍ଷରେ ୨,୪୪,୨୯୫ ଜଣ ଚାଷୀ ଦୁଗ୍ଧ ସମବାୟ ସମିତି ଗୁଡ଼ିକରେ ନିଜକୁ ପଞ୍ଜିକୃତ କରିଥିବାବେଳେ ବର୍ତ୍ତମାନ ସୁଦ୍ଧା ତାହା ୨,୭୨,୦୪୬କୁ ବଢିଛି । ୨୦୨୦-୨୧ ସୁଦ୍ଧା ୨,୯୫,୨୦୬କୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ଓମଫେଡ଼୍ ପକ୍ଷରୁ କୁହାଯାଇଛି । ୨୦୦୯-୧୦ରେ ଦୈନିକ ଦୁଗ୍ଧ ସଂଗ୍ରହ ୨,୯୮.୧୨୦ କେଜି ଥିବାବେଳେ ଏହା ୫,୦୮.୩୧୨ କେଜିକୁ ପହଂଚିଛି ବୋଲି ଓମଫେଡ଼୍ ପକ୍ଷରୁ କୁହାଯାଇଛି । ଓମଫେଡ଼୍ ରାଜ୍ୟରେ ଦୁଗ୍ଧ ଉତ୍ପାଦନରେ ଅଭିବୃଦ୍ଧି ହୋଇଥିବା ଦର୍ଶାଇଥିବାବେଳେ ନ୍ୟାସନାଲ ଡ଼ାଇରି ଡ଼େଭଲପମେଣ୍ଟ ବୋର୍ଡ଼ ରାଜ୍ୟରେ ଦୁଗ୍ଧ ଉତ୍ପାଦନ ହ୍ରାସ ପାଉଥିବା ଦର୍ଶାଇଛନ୍ତି । ତେଣେ ଦୁଗ୍ଧ ସମବାୟ ଜରିଆରେ ନିଜର ଆର୍ଥିକ ସ୍ଥିତିକୁ ସୁଧାରିବା ପାଇଁ ଚାଷୀମାନେ ପ୍ରୟାସ କରି ବିଫଳ ହେଉଥିବାର ଚିତ୍ର ମଧ୍ୟ ସାମ୍ନାକୁ ଆସୁଛି । ତା ନ ହୋଇଥିଲେ ଚାଷୀମାନେ ଅଭାବୀ ବିକ୍ରୀର ସାମ୍ନା କରି ରାସ୍ତାରେ କ୍ଷୀର ଢାଳିବା ପରି ଦୃଶ୍ୟ ଦେଖିବାକୁ ମିଳୁନଥାନ୍ତା ବୋଲି ଚର୍ଚ୍ଚା ହେଉଛି ।

10/03/2019

Leave a Reply

Your email address will not be published. Required fields are marked *

Comments