Bikash Khabar
ନବୀନଙ୍କ ମିଲେଟ ମିଶନ ଦିଗହରା, ବର୍ଷେ ହେଲା ନିୟୋଜିତ ଆଦିବାସୀ ଯୁବକଙ୍କୁ ମିିଳିନି ଦରମା

ନବୀନ ସରକାରଙ୍କ ଆଉ ଏକ ଯୋଜନାକୁ ନେଇ ଉଠିଛି ପ୍ରଶ୍ନ । ଇଚ୍ଛାଶକ୍ତିର ଅଭାବ ଓ ପ୍ରଶାସନିକ ଉପେକ୍ଷାର ଶିକାର ହୋଇଛି ରାଜ୍ୟ ମିଲେଟ ମିଶନ । ସରକାରଙ୍କ ବହୁ ପ୍ରଚାରିତ ଏହି ମିଶନ ବହୁ ଆଡ଼ମ୍ବର ଲଘୁକ୍ରିୟା ହୋଇଛି । ସରକାର ରାଜ୍ୟର ୧୪ଟି ଜିଲ୍ଲା ୭୨ ବ୍ଲକର ୩୧ ହଜାର ଚାଷୀଙ୍କ ୧୨,୩୩୪ ହେକ୍ଟର ଜମିରେ ଜହ୍ନା, ମାଣ୍ଡିଆ ଭଳି କ୍ଷୁଦ୍ରଦାନା ଜାତୀୟ ଶସ୍ୟକୁ ପ୍ରୋତ୍ସାହିତ କରିବା ପାଇଁ ୧୦୦ କୋଟି ଟଙ୍କା ବ୍ୟୟରେ ମିଲେଟ ମିଶନର ଶୁଭାରମ୍ଭ କରିଥିଲେ । କାର୍ଯ୍ୟକ୍ରମର ସମ୍ପାଦନା ପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ସାମାଜିକ ସଂଗଠନ ଗୁଡ଼ିକ ସହ ଚୁକ୍ତିବଦ୍ଧ କରାଯାଇଥିଲା । ସଂପୃକ୍ତ ଏନଜିଓ ତୃଣମୂଳ ସ୍ତରରେ ପାରମ୍ପରିକ ମିଲେଟ ଚାଷକୁ ଫେରାଇ ଆଣିବା ପାଇଁ ଆଗ୍ରହୀ ଆଦିବାସୀ ଯୁବାବର୍ଗଙ୍କୁ ନିୟୋଜିତ କରିଥିଲା ।

ନିୟୋଜିତ ଯୁବକମାନେ ଚାଷକୁ ଆଗକୁ ନେବା ପାଇଁ କଠିନ ପରିଶ୍ରମ କରୁଥିବାବେଳେ ରାଜ୍ୟ ସରକାର ସେମାନଙ୍କୁ ବିଗତ ଏକ ବର୍ଷ ଧରି ପାରିଶ୍ରମିକ ଦେବା ବନ୍ଦ କରିଦେଇଛନ୍ତି । ସ୍ୱଳ୍ପ ଦରମା ପାଉଥିବା ଆଦିବାସୀ ଯୁବକମାନେ ବିଗତ ବର୍ଷେ ଧରି ନିଜ ଦରମା ପାଇନଥିବାରୁ ସରକାରଙ୍କ ଏହି ବହୁ ପ୍ରଚାରିତ ଯୋଜନାକୁ ନେଇ ଅଙ୍ଗୁଳି ଉଠିଛି ।
ମିଲେଟ ମିଶନ ନାମରେ ନିଜ ପିଠିରେ ନିଜେ ସାବାସୀ ଦେଉଥିବା ବିଜେଡ଼ି ନେତୃତ୍ୱାଧୀନ ରାଜ୍ୟସରକାର ଗତ ବିଶ୍ୱ ପୁରୁଷ ହକି କପରେ ଆନ୍ଧ୍ର ପ୍ରଦେଶରୁ ମିଲେଟ ଆଣି ପରଷି ଦେଇଥିଲେ । ଭୁବନେଶ୍ୱରରେ ଚାଲିଥିବା କୃଷିମେଳାରେ ମିଲେଟ ମିଶନର ଅଂଶୀଦାରମାନଙ୍କୁ ଷ୍ଟଲ ଖୋଲିବା ପାଇଁ ଦିଆଯାଇନାହିଁ । ରାଜ୍ୟସରକାର ମିଲେଟକୁ ପ୍ରୋତ୍ସାହିତ କରୁଥିବା ସଂଗଠନ ଗୁଡ଼ିକର ହାତ ଅଧାରୁ ଛାଡ଼ି ଦେଇଛନ୍ତି । ବିଗତ ବର୍ଷେ ଧରି ପାରିଶ୍ରମିକ ନଦେଇ ସରକାର ଚାଷ ବିକାଶର କେଉଁ ବାର୍ତ୍ତା ଦେଉଛନ୍ତି ତାକୁ ନେଇ ପ୍ରଶ୍ନ ଉଠିଛି ।

19/01/2019

Leave a Reply

Your email address will not be published. Required fields are marked *

Comments