Bikash Khabar
ଛତିଶଗଡ଼ ସରକାର ୨୮ ପ୍ରତିଶତ ଅଧିକ ବଢାଇଲେ ଧାନର ସଂଗ୍ରହ ମୂଲ୍ୟ

ଛତିଶଗଡ଼ ସରକାର ଚାଷୀଙ୍କ ଋଣ ଛାଡ଼ କରିବା ସହିତ ଧାନର ସରକାରୀ ସଂଗ୍ରହ ମୂଲ୍ୟ କ୍ୟୁଣ୍ଟାଲ ପ୍ରତି ୨୫୦୦ ଟଙ୍କା କରିଛନ୍ତି । ଗତ ବିଜେପି ସରକାର କରିଥିବା ମୂଲ୍ୟଠାରୁ ଏହା ୨୮ ପ୍ରତିଶତ ଅଧିକ ଥିବା ଜଣାଯାଇଛି ।

୨୦୧୮-୧୯ ଧାନ ସଂଗ୍ରହ ଋତୁରେ ବର୍ତ୍ତମାନ ସୁଦ୍ଧା ରାଜ୍ୟରୁ ୨୧.୫୦ଲକ୍ଷ ଟନ୍ ଚାଉଳ ସରକାରୀ ସ୍ତରରେ କିଣା ସରିଛି । ମୋଟ ୫୫ ଲକ୍ଷ ଟନ୍ ଚାଉଳ ସଂଗ୍ରହର ଲକ୍ଷ୍ୟ ଥିଲା । ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କାରଣରୁ ସରକାରୀ ଭାବେ ହେଉଥିବା ଧାନ କ୍ରୟର ଲକ୍ଷ୍ୟ ବୃଦ୍ଧି ପାଇବାର ସମ୍ଭାବନା ରହିଛି । ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ ଓ ଓଡ଼ିଶାର ଚାଷୀମାନେ ଛତିଶଗଡ଼ରେ ଅଧିକ ମୂଲ୍ୟ ମିଳୁଥିବାରୁ ବିକ୍ରୀ କରିବେ ।
କଂଗ୍ରେସ ସରକାର କ୍ୟୁଣ୍ଟାଲ ପ୍ରତି ୨୫୦୦ ଟଙ୍କାରେ ଧାନ କିଣିବେ ବୋଲି ନିର୍ବାଚନୀ ଇସ୍ତାହାରରେ ଘୋଷଣା କରିଥିବାରୁ ଅଧିକ ମୂଲ୍ୟ ଆଶାରେ ଚାଷୀମାନେ ଧାନ ବିକ୍ରୀ ନକରି ସାଇତି ରଖିଛନ୍ତି । ୨୦୧୮-୧୯ରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କେନ୍ଦ୍ର ସରକାର ୧୭୫୦ ଟଙ୍କା ଘୋଷଣା କରିଥିଲେ । କିନ୍ତୁ ଛତିଶଗଡ଼ର ବିଜେପି ସରକାର ଏଥିରେ ୨୦୦ ଟଙ୍କା ବୋନସ ଦେଉଥିଲେ । ୧୯୫୦ରୁ ୧୯୭୦ରେ ଧାନ କିଣାବିକା ହେଉଥିଲା । ଏବେ ଏହା କ୍ୟୁଣ୍ଟାଲ ପ୍ରତି ୨୫୦୦ ଟଙ୍କାରେ ପହଂଚିଛି । 
 

19/12/2018

Leave a Reply

Your email address will not be published. Required fields are marked *

Comments