Bikash Khabar
ଅସହାୟ ବୃଦ୍ଧାଙ୍କ ଶବ ସତ୍କାର କରାଇଲେ ମନ୍ତ୍ରୀ

ଗତ ମଙ୍ଗଳବାର ଅକ୍ଟୋବର ୧୬ ତାରିଖ ରାତିରେ ବରଗଡ଼ ଜିଲ୍ଲା ସୋହେଲାଠାରେ ମନ୍ତ୍ରୀ ସୁଶାନ୍ତ ସିଂ ଜଣେ ଅସହାୟ ବୃଦ୍ଧାଙ୍କ ଶବ ସତ୍କାର କରି ବିଭିନ୍ନ ମହଲରେ ପ୍ରଶଂସିତ ହୋଇଛନ୍ତି । ସୋହେଲା ସାହୁ ଟିକିରାଠାରେ ଗତ କିଛି ମାସ ହେବ ଏକ କୁଡ଼ିଆରେ ଆଶ୍ରୟ ନେଇଥିବା ଆଦିବାସୀ ବୃଦ୍ଧା ମାଟି ଭୂଏଙ୍କ ମୃତ୍ୟୁ ହୋଇଯାଇଥିଲା । ପଡ଼ାବାସୀ ତାଙ୍କର ମୃତ୍ୟୁ ଖବର ସଂପର୍କିୟମାନଙ୍କୁ ଦେବା ସତ୍ତେ୍ୱ ଶବ ସତ୍କାର ପାଇଁ କେହି ଆସିନଥିଲେ । ଦୀର୍ଘ ସମୟ ଧରି ଅସହାୟ ବୃଦ୍ଧା ମାଟି ଭୂଏଙ୍କ ଶବ ପଡ଼ି ରହିଥିଲା । ତେଣେ ଘଟଣା ସଂପର୍କରେ ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇବା ପରେ ସୋହେଲାରେ ଥିବା ରାଜ୍ୟ ଶ୍ରମ ଓ ଶକ୍ତିମନ୍ତ୍ରୀ ସୁଶାନ୍ତ ସିଂ ମୃତକଙ୍କ ଶବ ସତ୍କାର ପାଇଁ ଆଗେଇ ଆସିଥିଲେ । ମନ୍ତ୍ରୀଙ୍କ ସହ ସୋହେଲା ସରପଂଚ କୁଡ଼ୁ ସାହୁ, ସମାଜସେବୀ ଅନୀଲ ପ୍ରଧାନ, ରାଜେଶ ଅଗ୍ରୱାଲ ପ୍ରମୁଖ ଯୋଡ଼ି ହୋଇଥିଲେ । ମନ୍ତ୍ରୀ ସିଂ ନିଜେ ଶବକୁ କାନ୍ଧ ଦେଇ ଗାଁ ଠାରୁ  ଅଧ କିମି ଦୂରରେ ଥିବା ଶ୍ମଶାନରେ ଶେଷ କୃତ୍ୟ କରାଇଥିଲେ । ମନ୍ତ୍ରୀଙ୍କ ଏଭଳି କାର୍ଯ୍ୟ ଚର୍ଚ୍ଚାର ପ୍ରସଙ୍ଗ ହୋଇଛି । ସ୍ଥାନୀୟ ଅଂଚଳରେ ଏପରି ଉଦ୍ୟମକୁ ପ୍ରଶଂସା କରାଯାଇଛି । 
 

18/10/2018

Leave a Reply

Your email address will not be published. Required fields are marked *

Comments