Bikash Khabar
ଆଜି ମନ୍ତ୍ରୀ ପରିଷଦ ବୈଠକ, ବିକାଶ କାମର ହେବ ପରୀକ୍ଷା

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପୌରହିତ୍ୟରେ ମଙ୍ଗଳବାର ଅପରାହ୍ନରେ ମନ୍ତ୍ରୀ ପରିଷଦ ବୈଠକ ଅନୁଷ୍ଠିତ ହେବ । ଏହି ବୈଠକରେ ୨୦୧୪ ସାଧାରଣ ନିର୍ବାଚନରେ ବିଜେଡ଼ି ପକ୍ଷରୁ ଘୋଷଣା କରାଯାଇଥିବା ନିର୍ବାଚନ ଇସ୍ତାହାର କେତେ ପାଳନ କରାଯାଇଛି ସେ ନେଇ ଆଲୋଚନା ହେବ । ବିକାଶ କାମର ସମୀକ୍ଷା ସାଙ୍ଗକୁ ଆଗାମୀ ସାଧାରଣ ନିର୍ବାଚନରେ ସମ୍ଭାବ୍ୟ ରଣନୀତି ସମ୍ପର୍କରେ ମଧ୍ୟ ଆଲୋଚନା କରାଯିବାର ସମ୍ଭାବନା ରହିଛି । ଏହି ବୈଠକ ପୂର୍ବରୁ ଅପରାହ୍ନ ୪ଟାରେ ଏକ ଉଚ୍ଚସ୍ତରୀୟ କ୍ଲିୟରାନ୍ସ ଅଥରିଟି ବୈଠକ ଅନୁଷ୍ଠିତ ହେବ । ଆଗାମୀ ନିର୍ବାଚନରେ ଓଡ଼ିଶାବାସୀ ସରକାରଙ୍କ ଠାରୁ କଣ ଆଶା କରୁଛନ୍ତି ତାର ଚିଠା ତାଲିକା ମନ୍ତ୍ରୀମାନେ ଏହି ମନ୍ତ୍ରୀ ପରିଷଦ ବୈଠକରେ ଉପସ୍ଥାପିତ କରିବେ ବୋଲି କୁହାଯାଉଛି । ଅପରାହ୍ନ ୪.୧୫ ମିନିଟରେ ଏହି ମନ୍ତ୍ରୀ ପରିଷଦ ବୈଠକ ସଚ୍ଚିବାଳୟରେ ଆୟୋଜିତ ହେବ ।

05/03/2019

Leave a Reply

Your email address will not be published. Required fields are marked *

Comments