Bikash Khabar
ଦ୍ୱୈତ ନଗରୀରେ ୬୬୯ ନାବାଳିକାଙ୍କୁ ଦୁଷ୍କର୍ମ

କଟକ-ଭୁବନେଶ୍ୱରରେ ବୃଦ୍ଧି ପାଉଛି ନାବାଳିକା ଦୁଷ୍କର୍ମ ଘଟଣା । ଏହି ଦୁଇ ସହରରେ ବିଗତ ୫ ବର୍ଷ ମଧ୍ୟରେ ୬୬୯ଟି ନାବାଳିକା ଦୁଷ୍କର୍ମ ଘଟଣା ଘଟିଥିବା କମିସନରେଟ ପୁଲିସର ଅପରାଧ ପରିସଂଖ୍ୟାନ ରିପୋର୍ଟରୁ ଜଣାପଡ଼ିଛି । କଟକ ତୁଳନାରେ ଭୁବନେଶ୍ୱରରେ ସର୍ବାଧିକ ଦୁଷ୍କର୍ମ ମାମଲା ରୁଜୁ ହୋଇଥିବା ଜଣାଯାଇଛି ।

୨୦୧୩ରେ ୮୧ଟି ନାବାଳିକା ଦୁଷ୍କର୍ମ ମାମଲା ରୁଜୁ ହୋଇଥିବାବେଳେ ୨୦୧୪ରେ ଏହା ୧୩୮ରେ ପହଂଚିଥିଲା । ୨୦୧୫ରେ ୧୩୧, ୨୦୧୬ରେ ୧୩୮, ୨୦୧୭ରେ ଏପରି ମାମଲା ୧୮୧ରେ ପହଂଚିଥିବା ଜଣାଯାଇଛି । ୨୦୧୩ ତୁଳନାରେ ୨୦୧୭ରେ ଅଧିକ ୧୦୦ଟି ଦୁଷ୍କର୍ମ ମାମଲା ଘଟିବାକୁ ନେଇ ଚିନ୍ତା ପ୍ରକଟ କରାଯାଇଛି । ଭୁବନେଶ୍ୱର ସହରାଂଚଳରେ ୫ ବର୍ଷ ମଧ୍ୟରେ ୩୬୧ ମାମଲା ରୁଜୁ ହୋଇଛି । ୨୦୧୭ରେ ୧୨୫ ଜଣ ଦୁଷ୍କର୍ମର ଶିକାର ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୮୨ ଜଣ ହେଉଛନ୍ତି ନାବାଳିକା । 
 

27/12/2018

Leave a Reply

Your email address will not be published. Required fields are marked *

Comments