Bikash Khabar
ବ୍ରହ୍ମପୁର ମେଡ଼ିକାଲରେ କନ୍ଧମାଳର କୁମାରୀ ମା, ରାଜ୍ୟରେ ସ୍କୁଲ ହଷ୍ଟେଲ ପ୍ରସବକୁ ନେଇ ବେଫିକର ସରକାର

ଦାରିଙ୍ଗିବାଡ଼ି ଅଷ୍ଟମ ଶ୍ରେଣୀରେ ପଢୁଥିବା ଛାତ୍ରୀ ହଷ୍ଟେଲ ବାଥରୁମରେ ସନ୍ତାନ ପ୍ରସବ କରିବା ଘଟଣା ସମଗ୍ର ରାଜ୍ୟରେ ଲଜ୍ଜ୍ୱାଜନକ ପରିସ୍ଥିତି ସୃଷ୍ଟି କରିଛି । ପ୍ରସୂତୀ ଓ ନବଜାତ ଶିଶୁ ଏବେ ବ୍ରହ୍ମପୁର ବଡ଼ମେଡ଼ିକାଲରେ  । ଏହାକୁ ନେଇ ୩/୧୯ ଅନୁଯାୟୀ ମାମଲା ରୁଜୁ ସହ ୧୦ ଜଣ କର୍ମଚାରୀଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ଦୀର୍ଘଦିନ ଧରି ସ୍କୁଲ ହଷ୍ଟେଲରେ ଗର୍ଭବତୀ ଛାତ୍ରୀ ଥିବା ସତ୍ୱେ ପ୍ରଶାସନ କରୁଥିଲେ କ’ଣ? ଛାତ୍ରୀ ନିବାସରେ ଏଏନଏମ ନିଯୁକ୍ତି ଓ ପ୍ରତିମାସରେ ସ୍ୱାସ୍ଥ୍ୟବସ୍ଥା ତନଖି ହେଉଥିବାବେଳେ ଏହାକୁ କାହିଁକି  ଛପାଇ ରଖାଯାଇଥିଲା । ଜଣେ ନାବାଳିକା ଗର୍ଭ ଯନ୍ତ୍ରଣାରେ ଗଡ଼ୁଥିବାବେଳେ ପ୍ରଧାନ ଶିକ୍ଷୟତ୍ରୀ ତାଙ୍କ ଘର ଲୋକଙ୍କୁ ଅନ୍ଧାରରେ ରଖିବା ଏବଂ ପ୍ରସବ ପରେ କାହାକୁ ନକହି ମେଡ଼ିକାଲ ପଠାଇ ଦେବା କେଉଁ ପ୍ରକାର ମାନସିକତା ବୋଲି ପ୍ରଶ୍ନ ଉଠିଛି । ଲୋକେ ଏହାକୁ ନେଇ ସଡ଼କ ଉପରକୁ ଓହ୍ଲାଇବା ପରେ ଓ ଅଶାନ୍ତିର ନିଆଁ ଜଳିବା ପରେ କନ୍ଧମାଳ ଜିଲ୍ଲାପାଳ ବୃନ୍ଦା ଡ଼ିଙ୍କ ନିଦ ଭାଙ୍ଗିଛି ।

ରାଜ୍ୟର ଆଦିବାସୀ ଛାତ୍ରୀନିବାସ ଗୁଡ଼ିକରେ ପାଠ ପଢିବା ପାଇଁ ଭର୍ତ୍ତି ହୋଇଥିବା ନାବାଳିକାମାନେ ମାତୃତ୍ୱ ଲାଭ କରିବାର ଇଏ ପ୍ରଥମ ଘଟଣା ନୁହେଁ । ଆଶ୍ରମ ସ୍କୁଲ ଗୁଡ଼ିକରେ ଯୌନ କେଳେଙ୍କାରୀର ମାଳ ମାଳ ନମୁନା ସୃଷ୍ଟି ହେଲାଣି । ତଥାପି ସରକାର ନୀରବ । ସରକାରଙ୍କ ଷ୍ଟାଣ୍ଡାର୍ଡ଼ ଅପରେଟିଂ ପ୍ରସିତ୍ୟୁର ଗାଇଡ଼ ଲାଇନକୁ ଫୁଃ କରି ଉଡ଼ାଇ ଦେଉଛନ୍ତି ସ୍କୁଲ କର୍ତ୍ତୃପକ୍ଷ ।
ଜାନୁଆରୀ ୨୩,୨୦୧୫ରେ କନ୍ଧମାଳର ଜଣେ ୧୦ମ ଶ୍ରେଣୀ ଛାତ୍ରୀ ସନ୍ତାନ ପ୍ରସବ କରିଥିଲେ । ଜାନୁଆରୀ ୨୫ରେ କୋରାପୁଟର ଜଣେ ଷଷ୍ଠ ଶ୍ରେଣୀ ଛାତ୍ରୀ ସ୍କୁଲ ହଷ୍ଟେଲରେ ପ୍ରସବ କରିଥିଲେ । ଫେବୃଆରୀ ୨୭,୨୦୧୫ରେ କନ୍ଧମାଳ ଛାତ୍ରୀ ନିବାସରେ ଆଉ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀ ପ୍ରସବ କରିଥିଲେ । ମାର୍ଚ୍ଚ ୫,୨୦୧୫ରେ ପୁଣି କନ୍ଧମାଳରେ ଆଉ ଜଣେ ଛାତ୍ରୀ ପ୍ରସବ କରିଥିଲେ । କୋରାପୁଟ, ଜୟପୁର, ରାୟଗଡ଼ା, କନ୍ଧମାଳ ଜିଲ୍ଲାରେ ଏଭଳି ଘଟଣାକୁ ରୋକିବାରେ ନବୀନ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଥିବା ନେଇ ବିରୋଧୀ ଅଭିଯୋଗ କରିଛନ୍ତି ।

14/01/2019

Leave a Reply

Your email address will not be published. Required fields are marked *

Comments