Bikash Khabar
ଟିବି ରୋଗ ସଂପର୍କିତ ସବୁ ପ୍ରଶ୍ନର ଉତ୍ତର ଦେବ ମୋବାଇଲି ଆପ୍

ବ୍ରହ୍ମପୁରର ଯକ୍ଷ୍ମାରୋଗୀଙ୍କ ପାଇଁ ଟିବି ମିତ୍ର ନାମରେ ଏକ ନିଆରା ମୋବାଇଲି ଆପ୍ଲିକେଶନର ଶୁଭାରମ୍ଭ କରାଯାଇଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅଧିନସ୍ଥ ରାଜ୍ୟ ଟିବି ସେଲ ଏବଂ ରିଚ୍ ନାମକ ସାମାଜିକ ସଂଗଠନର ଯୁଗ୍ମ ଉଦ୍ୟମରେ ଏଭଳି ଆପ୍ଲିକେଶନ ବରଗଡ ଼ପରେ ରାଜ୍ୟର ଦ୍ୱିତୀୟ ସହର ବ୍ରହ୍ମପୁରଠାରେ ନମୁନା ଆଧାରରେ ଶୁଭାରମ୍ଭ ହୋଇଛି ।
ୟୁଏସ ଏଜେନ୍ସିର ସହାୟତାରେ ରିଚ୍ ଏହି ଟେକ୍ନୋଲଜି ବିକଶିତ କରିଛି । ଏହି ଆପ୍ ଶୁଭାରମ୍ଭ ପୂର୍ବରୁ ଆଶାକର୍ମୀ ଓ ସ୍ୱାସ୍ଥ୍ୟ ସହାୟକମାନଙ୍କୁ ଏହାର ବ୍ୟବହାର ଦିଗରେ ପ୍ରଶିକ୍ଷିତ କରାଯାଇଛି ।
ଯକ୍ଷ୍ମା ରୋଗ ସଂପର୍କିତ ସୂଚନା, ଶିକ୍ଷା, ଯୋଗାଯୋଗ ବ୍ୟବସ୍ଥାକୁ ଏଥିରେ ପ୍ରାଥମିକତା ଦିଆଯାଇଛି । ଓଡ଼ିଆ, ହିନ୍ଦୀ ଏବଂ ଇଂରାଜୀ ଭାଷାରେ ରୋଗୀ ଚାହୁଁଥିବା ତଥ୍ୟ ଓ ସୂଚନା ଏଥିରେ ଉପଲବ୍ଧ କରାଯାଇଛି । 
 

11/09/2018

Leave a Reply

Your email address will not be published. Required fields are marked *

Comments