Bikash Khabar
ସ୍ୱୟଂ ସହାୟକ ଦଳକୁ ମିଳିବ ମୋବାଇଲି

ମହିଳାଙ୍କୁ ଡ଼ିଜିଟାଲ ଭାବେ ସଶକ୍ତ କରାଯିବ । ଏଥିପାଇଁ ପ୍ରତ୍ୟେକ ସ୍ୱୟଂ ସହାୟକ ଦଳକୁ ମୋବାଇଲି ଫୋନ ପ୍ରଦାନ କରାଯିବ ବୋଲି ମେକ୍ ଇନ୍ ଓଡ଼ିଶା କନକ୍ଲେଭର ଚତୁର୍ଥ ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଡ଼ ଘୋଷଣା କରିଛନ୍ତି ।

ସୂଚନା ଯୋଗ୍ୟ ଯେ ରାଜ୍ୟ ସରକାର ପୂର୍ବରୁ ଚାଷୀମାନଙ୍କୁ ମୋବାଇଲି ଫୋନ ବାଣ୍ଟି ଚର୍ଚ୍ଚାକୁ ଆସିଥିଲେ । ଚାଷୀମାନଙ୍କ ପାଇଁ ମୋବାଇଲି କିଭଳି ଫଳପ୍ରଦ ହୋଇଛି ତାର ତର୍ଜମା କରାନଯାଇ ପୁଣି ନିର୍ବାଚନୀ ବର୍ଷରେ ଭୋଟ ବ୍ୟାଙ୍କ ପାଇଁ ବଣ୍ଟା ଯାଉଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଏବେ ରାଜ୍ୟରେ ୬ଲକ୍ଷ ସ୍ୱୟଂ ସହାୟକ ଦଳରେ ୭୦ ଲକ୍ଷ ସଦସ୍ୟ ଅଛନ୍ତି । ଯେଉଁ ସ୍ୱୟଂ ସହାୟକ ଦଳ ଗୁଡ଼ିକ ବ୍ୟାଙ୍କରୁ ଋଣ ଆଣି ବିଭିନ୍ନ ବ୍ୟବସାୟରେ ଜଡ଼ିତ ସେମାନଙ୍କ ନିକଟରେ ଯେ ମୋବାଇଲି ନଥିବ ଏ ଧାରଣା ମୁଖ୍ୟମନ୍ତ୍ରୀଙ୍କୁ ଦେଲା କିଏ ଏବଂ ଏହି ଫୋନ ଦଳର କାହା ପାଖରେ ରହିବ, କିଏ ପରିଚାଳନା କରିବ, ଫୋନରେ କେଉଁ ପ୍ରକାର ସୂଚନା କିଏ ଉପଲବ୍ଧ କରାଇବ ଯେ ଦଳ ସଶକ୍ତ ହେବ ଏବେ ତାକୁ ନେଇ ଉଠିଲାଣି ପ୍ରଶ୍ନ । 
 

14/11/2018

Leave a Reply

Your email address will not be published. Required fields are marked *

Comments