Bikash Khabar
ବିଜୁଳି, ଘଡ଼ଘଡ଼ିର ସୂଚନା ଦେବ ସାଇକ୍ଲୋନ ଟାୱାର, ମେ ପୂର୍ବରୁ ମୋବାଇଲ୍ ଆପ

ଓଡ଼ିଶାରେ ବଜ୍ରପାତ ଏବେ ଅନ୍ୟ ଏକ ପ୍ରମୁଖ ବିପତ୍ତିର କାରଣ ସାଜିଛି । ପ୍ରତିବର୍ଷ ଏଥିରେ ୪୦୦ରୁ ଅଧିକ ଲୋକଙ୍କ ଜୀବନ ଯାଉଛି । ବିଗତ ୩ ବର୍ଷରେ ରାଜ୍ୟରେ ପ୍ରାକୃତିକ ବିପର୍ଯ୍ୟୟ କାରଣରୁ ମୋଟ ୪ ହଜାର ୬୮୯ ଲୋକଙ୍କ ଜୀବନ ଯାଇଥିବାବେଳେ ସେଥିରୁ ୨୭ ପ୍ରତିଶତ ଅର୍ଥାତ ୧୨୫୬ ଜଣଙ୍କ ମୃତ୍ୟୁ କେବଳ ବଜ୍ରପାତ ଯୋଗୁଁ ହୋଇଛି । ଉତ୍ତର ଓ ଉପକୂଳ ଓଡ଼ିଶାରେ ବଜ୍ରପାତ ଅଧିକ ଧନଜୀବନ ନଷ୍ଟ କରିଛି ବୋଲି କୁହାଯାଉଛି । ରାଜ୍ୟରେ ବଜ୍ରପାତ ଜନିତ ସବୁଠୁ ଅଧିକ ମୃତ୍ୟୁ ମୟୂରଭଞ୍ଜରେ ଘଟିଛି । ମୟୂରଭଞ୍ଜରେ ଏହି  ଅବଧି ମଧ୍ୟରେ ୧୩୦ ଜଣଙ୍କ ମୃତ୍ୟୁ ଘଟିଥିବା ସ୍ୱତନ୍ତ୍ର ରିଲିଫ କମିସନର ବିଷ୍ଣୁପଦ ସେଠୀ କହିଛନ୍ତି । ବଜ୍ରପାତ ଜନିତ ମୃତ୍ୟୁ ସଂଖ୍ୟାରେ ବାଲେଶ୍ୱର ଦ୍ୱିତୀୟ ସ୍ଥାନରେ ଥିବାବେଳେ ଗଞ୍ଜାମ ତୃତୀୟ ସ୍ଥାନରେ ରହିଛି । ପ୍ରାକୃତିକ ବିପର୍ଯ୍ୟୟରୁ ଲୋକଙ୍କୁ ରକ୍ଷା କରିବା ପାଇଁ ରାଜ୍ୟ ସରକାର ମୋବାଇଲିରେ ଏସଏମଏସ ଦେବା ବ୍ୟବସ୍ଥା କରିଛନ୍ତି । ତେବେ ଏହା କେବଳ ବିଏସଏନଏଲ ସହ ଅନୁବନ୍ଧିତ କରାଯାଇ କାର୍ଯ୍ୟକାରୀ ହେଉଛି । ଆଗକୁ ଅନ୍ୟ ସମସ୍ତ ନେଟୱାର୍କ କମ୍ପାନୀ ସହ ଯୋଡ଼ି ହୋଇ ଲୋକଙ୍କୁ ସୂଚନା ଦିଆଯିବ । ଏବେ ରାଜ୍ୟରେ ୬ଟି ସ୍ଥାନରେ ବଜ୍ରପାତ ସେନସର ଲଗାଯାଇଛି । ଯାହାକି ଘଡ଼ଘଡ଼ି ମାରିବାର ୩୦ରୁ ୪୫ ମିନିଟ ମଧ୍ୟରେ ଲୋକଙ୍କୁ ସୂଚନା ଦେଉଛି । ଆଉ ୭ଟି ସେନସର ଖୁବ୍ ଶିଘ୍ର ଲଗାଯିବ । ସ୍ମାର୍ଟ ଫୋନ ବ୍ୟବହାରକାରୀଙ୍କୁ ଆଗୁଆ ସୂଚନା ଦେବା ପାଇଁ ଏକ ମୋବାଇଲି ଆପ୍ ପ୍ରସ୍ତୁତ କରାଯାଉଛି ।

17/01/2019

Leave a Reply

Your email address will not be published. Required fields are marked *

Comments