Bikash Khabar
ଆଦିବାସୀଙ୍କ ପାଇଁ ଉଦ୍ଦିଷ୍ଟ ଅର୍ଥ ଖର୍ଚ୍ଚ କରୁନାହାନ୍ତି ସରକାର-ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବଲାଙ୍ଗିର ସମାବେଶରେ ମାସେ ଭିତରେ କେନ୍ଦ୍ର ସରକାର ଓଡ଼ିଶାକୁ ୨୦ ହଜାର କୋଟି ଟଙ୍କା ଦେଇଥିବା ନେଇ ସୂଚନା ଦେବା ସହ ଓଡ଼ିଶା ସରକାର ଜିଲ୍ଲା ଖଣିଜ ପାଣ୍ଠି ଖର୍ଚ୍ଚ କରିପାରୁନଥିବା ଦର୍ଶାଇଥିଲେ । ମୋଦି କହିଥିଲେ ଯେ ଓଡ଼ିଶା ସରକାର ଶୋଇଛନ୍ତି । ଆଦିବାସୀଙ୍କ ବିକାଶ କ୍ଷେତ୍ରରେ ଜିଲ୍ଲା ଖଣିଜ ପାଣ୍ଠିକୁ ଯେଭଳି ଖର୍ଚ୍ଚ କରିବା କଥା କରୁନାହାନ୍ତି । ନିର୍ବାଚନକୁ ଅପେକ୍ଷା ନକରି ଅର୍ଥ ଖର୍ଚ୍ଚ କରିବାକୁ ପ୍ରଧାନମନ୍ତ୍ରୀ ନବୀନ ସରକାରଙ୍କୁ ପରାମର୍ଶ ଦେଇଥିଲେ ।

ପଥରଚେପା ଠାରେ ସମବେତ ଜନଗଣଙ୍କୁ ଜୟ ଜଗନ୍ନାଥରୁ ସମ୍ବୋଧନ ଆରମ୍ଭ କରି ବନ୍ଦେ ଉକ୍ରଳ ଜନନୀରେ ସାରିଥିଲେ ମୋଦି । ସେ କହିଥିଲେ ଯେ ବିଜେପି ନେତୃତ୍ୱାଧିନ କେନ୍ଦ୍ର ସରକାର ଅମଳରେ ଜିଲ୍ଲା ଖଣିଜ ପାଣ୍ଠି ସୃଷ୍ଟି କରାଯାଇ ୪ ହଜାର କୋଟି ଟଙ୍କା ପ୍ରଦାନ କରାଯାଇଥିଲା । ଖଣିଜ ଅଂଚଳରେ ଏହି ଅର୍ଥର ବିକାଶ କରାଯିବା କଥା । ଦୁର୍ଭାଗ୍ୟବଶତଃ ରାଜ୍ୟ ସରକାର ଆଦିବାସୀଙ୍କ ପାଇଁ ଉଦ୍ଦିଷ୍ଟ ଅର୍ଥକୁ ଖର୍ଚ୍ଚ କରୁନଥିବା ଅଭିଯୋଗ କରିଛନ୍ତି ।
 ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟର ପ୍ରତିକ୍ରିୟା ରଖି ଆଦିବାସୀ କଲ୍ୟାଣ ମନ୍ତ୍ରୀ ରମେଶ ମାଝୀ ୨୦୧୩-୧୪ଠାରୁ ଆଦିବାସୀ ଉନ୍ନୟନ ଅର୍ଥ କେନ୍ଦ୍ର ସରକାର କମାଇ ଦେଇଥିବା କହିଛନ୍ତି । ଗତ ଦୁଇବର୍ଷ ହେଲା ଏସସି, ଏସଟି ବିଦ୍ୟାର୍ଥିମାନଙ୍କୁ ସ୍କଲାରସିପ୍ ମିଳୁନାହିଁ । କେନ୍ଦ୍ରସରକାର ପ୍ରଥମେ ଏ ବ୍ୟବସ୍ଥା କରି ପରାମର୍ଶ ଦିଅନ୍ତୁ ବୋଲି ସେ ମନ୍ତ୍ରୀ ମାଝୀ କହିଛନ୍ତି ।

15/01/2019

Leave a Reply

Your email address will not be published. Required fields are marked *

Comments