Bikash Khabar
ଇତିହାସ ରଚିଲେ ମୋଦି, ଅକ୍ଟୋବର ୨୧ରେ ଲାଲକିଲା ଉପରୁ ଉଡ଼ାଇଲେ ତ୍ରିରଙ୍ଗା

ଦେଶର ପ୍ରଧାନମନ୍ତ୍ରୀ ପ୍ରତ୍ୟେକ ବର୍ଷ ଅଗଷ୍ଟ ୧୫ରେ ଲାଲକିଲା ଉପରୁ ଜାତୀୟ ପତାକା ଉତ୍ତୋଳିତ କରି ଦେଶବାସୀଙ୍କୁ ସମ୍ଭୋଧିତ କରିଥାନ୍ତି । ହେଲେ ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦି ପ୍ରଥମ ଭାବେ ଅକ୍ଟୋବର ୨୧ରେ ଲାଲକିଲା ଉପରୁ ତ୍ରିରଙ୍ଗା ଉଡ଼ାଇ ନୂଆ ଇତିହାସ ସୃଷ୍ଟି କରିଛନ୍ତି । ଆଜାଦ୍ ହିନ୍ଦ୍ ସରକାରର ୭୫ତମ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ଜାତୀୟ ପତାକାକୁ ଉତ୍ତୋଳିତ କରି ନେତାଜୀଙ୍କ ଏକ ଲକ୍ଷ୍ୟ ଦେଶର ସ୍ୱାଧିନତା ହାସଲ ଥିଲା ଓ ଗୋଲାମୀର ଶିକୁଳି ଭିତରୁ ଦେଶ ମାତୃକାକୁ ସ୍ୱାଧିନ କରାଇବା ପାଇଁ ବିଚାରଧାରା ନେଇ ସେ ଆଗକୁ ବଢିଥିବା ସୂଚାଇଥିଲେ ।
ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ସର୍ଦ୍ଦାର ପଟେଲ, ବାବା ସାହେବ ଆମ୍ବେଦକରଙ୍କ ଭଳି ମହାପୁରୁଷ ମାନଙ୍କ ସ୍ମୃତି ଚାରଣ କରିଥିଲେ ।
ଋବିବାର ସକାଳ ୯ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଲକିଲା ଉପରୁ ପତକା ଉତ୍ତୋଳନ କରିଥିଲେ । ଏହି ଅବସରରେ କେନ୍ଦ୍ରୀୟ ସଂସ୍କୃତିମନ୍ତ୍ରୀ ମହେଶ ଶର୍ମା ମଧ୍ୟ ଉପସ୍ଥିତ ଥିଲେ । ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପରିବାର ଲୋକ ମଧ୍ୟ ଏଥିରେ ସାମିଲ ହୋଇଥିଲେ । ସୂଚନା ଯୋଗ୍ୟ ଯେ ସୁଭାଷ ଚନ୍ଦ୍ର ବୋଷ ନେତୃତ୍ୱରେ ଆଜାଦ୍ ହିନ୍ଦ୍ ସରକାର ଗଠନ ଅକ୍ଟୋବର ୨୧, ୧୯୪୩ରେ ହୋଇଥିଲା । ଆଜାଦ୍ ହିନ୍ଦ୍ ସରକାର ଇଂରେଜ ଶାସନ ବିରୋଧରେ ଦେଶ ଭିତରେ ଓ ଦେଶ ବାହାରେ ଲଢେଇ ଲଢିଥିଲା । 
 

21/10/2018

Leave a Reply

Your email address will not be published. Required fields are marked *

Comments