Bikash Khabar
ବଲାଙ୍ଗିର ବିଛୁପାଲି ରେଳପଥର ଉଦଘାଟନ କଲେ ମୋଦି

୧୫୫୦ କୋଟିର ଉପହାର ନେଇ ୨୦ ଦିନ ମଧ୍ୟରେ ତୃତୀୟ ଥର ଓଡ଼ିଶା ଗସ୍ତରେ ଆସିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୋଦି ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ବଲାଙ୍ଗିରରେ ପହଂଚି ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିଛନ୍ତି । ବଲାଙ୍ଗିର ବିଛୁପାଲି ରେଳପଥର ଉଦଘାଟନ କରି ଜନଗଣଙ୍କୁ ସମ୍ବୋଧିତ କରି ବିକାଶର ସଂକଳ୍ପବଦ୍ଧତାକୁ ଦୋହରାଇ ଥିଲେ । ପଥରଚେପା ଦଳୀୟ ସମାବେଶରେ ଯୋଗ ଦେବା ପୂର୍ବରୁ ପ୍ରଧାନମନ୍ତ୍ରୀ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ସମେତ ସ୍ଥାନୀୟ ସାଂସଦ କଳିକେଶ ସିଂଦେଓ ତଥା ବୟନ ଶିଳ୍ପମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ ଓ ରାଜ୍ୟପାଳ ଗଣେଶୀ ପାଲ ଉଦଘାଟନୀ ସମାରୋହରେ ଉପସ୍ଥିତ ଥିଲେ ।

ଡ଼ିସେମ୍ବର ୨୪ରେ ପ୍ରଧାନମନ୍ତ୍ରୀ ଖୋର୍ଦ୍ଧା ଗସ୍ତରେ ଆସି ୧୪,୪୨୩ କୋଟି ଟଙ୍କାର ପ୍ରକଳ୍ପ ଲୋକାର୍ପଣ କରିଥିବାବେଳେ ଜାନୁଆରୀ ୫ରେ ବାରିପଦାରେ ୪,୭୭୩ କୋଟି ଟଙ୍କାର ବିକାଶ ପ୍ରକଳ୍ପକୁ ରାଜ୍ୟ ପାଇଁ ଉତ୍ସର୍ଗ କରାଇଥିଲେ । ସେହିପରି ବଲାଙ୍ଗିରରେ ଆଜି ୧୫୫୦ କୋଟି ଟଙ୍କାର ପ୍ରକଳ୍ପକୁ ଉଦଘାଟନ କରି ମୋଦି ବିଗତ ୨୦ ଦିନରେ ଓଡ଼ିଶା ପାଇଁ ୨୦ ହଜାର କୋଟି ଟଙ୍କାର ପ୍ରକଳ୍ପକୁ ଲୋକାର୍ପିତ କରି ନିଜର ପୂର୍ବୋଦୟର ସଂକଳ୍ପକୁ ଦୋହରାଇଛନ୍ତି ।

15/01/2019

Leave a Reply

Your email address will not be published. Required fields are marked *

Comments