Bikash Khabar
ମରିବା ପରେ ବି ଏଡ଼ସ ରୋଗୀଙ୍କ ପ୍ରତି ଘୃଣା, ହ୍ରଦକୁ ଶୁଖାଇ ଦେଲେ ଗ୍ରାମବାସୀ

ଏବେ ବି ଏଚଆଇଭି ଓ ଏଡ଼ସ ରୋଗୀମାନଙ୍କୁ ନେଇ ଲୋକଙ୍କ ଧାରଣା ବଦଳି ନାହିଁ । ଏଭଳି ରୋଗୀଙ୍କୁ ସାମାଜିକ ବାସନ୍ଦ କରାଯାଉଛି । ସମାଜର ମୁଖ୍ୟ ସ୍ରୋତରେ ସେମାନଙ୍କୁ ସାମିଲ କରାଯାଉନି । କେଉଁଠି ବଂଚିଥିବାବେଳେ ଦୁର୍ଦ୍ଦଶା ତ କେଉଁଠି ମଲା ପରେ ବି ମୁହଁରେ ନିଆଁ ଟିକିଏ ଦିଆଯାଉନଥିବା ଭଳି ଘଟଣା ସାମ୍ନାକୁ ଆସୁଛି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କର୍ଣ୍ଣାଟକର ମୋରାବରେ । ହୁବେଳିଠାରୁ ୩୦ କିମି ଦୂର ମୋରାବରେ ଜଣେ ଏଚଆଇଭି ପୀଡ଼ିତା ମହିଳା ଏକ ହ୍ରଦକୁ ଡ଼େଇଁ ଆତ୍ମହତ୍ୟା କରିଦେବାରୁ ଲୋକେ ଏହାର ପାଣି ବ୍ୟବହାର କରିବାକୁ ନେଇ ଅସନ୍ତୁଷ୍ଟ ହୋଇପଡ଼ିଥିଲେ । ୩୬ ଏକର ପରିବ୍ୟାପ୍ତ ମୋରାବ ହ୍ରଦ ଲୋକଙ୍କର ପାନୀୟ ଜଳ ପାଇଁ ଏକ ମାତ୍ର ଉତ୍ସ ହୋଇଥିବାବେଳେ ଲୋକେ ହ୍ରଦକୁ ଶୁଖାଇବାର ଯିଦରେ ଅଟଳ । ନଭେମ୍ବର ୨୯ ତାରିଖରେ ମହିଳାଙ୍କର ମୃତ ଶରୀର ଏହି ହ୍ରଦରୁ ମିଳିବା ପରେ ଏବେ ହ୍ରଦ ଶୁଖାଇବା ପାଇଁ ଗ୍ରାମବାସୀମାନେ ଉଦ୍ୟମ ଆରମ୍ଭ କରିଛନ୍ତି ।

କର୍ଣ୍ଣାଟକର ଧାରୱାଡ଼ ଜିଲ୍ଲାରେ ଘଟିଥିବା ଏହି ଘଟଣା ସଭ୍ୟ ସମାଜ ପାଇଁ ଆଉ ଏକ ଲଜ୍ଜ୍ୱା । ଏଚଆଇଭି ଜଳ ଦ୍ୱାରା ସଂକ୍ରମିତ ହୁଏ ନାହିଁ ବୋଲି ପ୍ରଶାସନ ଗ୍ରାମବାସୀଙ୍କୁ ବୁଝାଇବାରେ ବିଫଳ ହେବା ପରେ ଏବେ ପାଣି ଶୁଖା କାମ ଆରମ୍ଭ ହୋଇଛି । 
 

06/12/2018

Leave a Reply

Your email address will not be published. Required fields are marked *

Comments