Bikash Khabar
ଓଡ଼ିଶାରେ ହେବ ଆଉ ତିନୋଟି ବନ୍ୟଜନ୍ତୁ ଅଭୟାରଣ୍ୟ

ରାଜ୍ୟରେ ଅଭୟାରଣ୍ୟ ସଂଖ୍ୟା ବୃଦ୍ଧି ପାଇଁ ଜଙ୍ଗଲ ଓ ପରିବେଶ ବିଭାଗ ପ୍ରକ୍ରିୟା ଆରମ୍ଭ କରିଥିବା ଜଣାଯାଇଛି । ଖୋର୍ଦ୍ଧା ଜିଲ୍ଲାର ବରବରା, ଆଠମଲ୍ଲିକର ଉତ୍ତର ସଂରକ୍ଷିତ ଜଙ୍ଗଲ ଓ ବରଗଡ଼ ଜିଲ୍ଲାର ଗନ୍ଧମାର୍ଦ୍ଦନ ବନାଂଚଳକୁ ଅଭୟାରଣ୍ୟ ଭାବେ ଘୋଷଣା କରାଯିବ । ଏହାର ସୀମା ନିର୍ଦ୍ଦାରଣ କାମ ସରିଥିବା ବନବିଭାଗ ପକ୍ଷରୁ କୁହାଯାଇଛି । ମ୍ୟାପ ପ୍ରସ୍ତୁତି ମଧ୍ୟ ସରିବା ଉପରେ । ମହେନ୍ଦ୍ରଗଡ଼କୁ ଜୈବମଣ୍ଡଳ ଭାବେ ଘୋଷଣା ଦିଗରେ ପଦକ୍ଷେପ ନିଆଯାଉଥିବା କୁହାଯାଇଛି ।

ବିଗତ ଏକ ଦଶନ୍ଧି ଧରି ରାଜ୍ୟରେ ସୁରକ୍ଷିତ ଅଂଚଳ ପରିସୀମା ବୃଦ୍ଧି କରାଯାଇନାହିଁ ବୋଲି ଜଙ୍ଗଲ ଓ ପରିବେଶମନ୍ତ୍ରୀ ବିଜୟଶ୍ରୀ ରାଉତରାୟ ସ୍ୱିକାର କରିଛନ୍ତି ।
ସାତକୋଶିଆ, ଦେବ୍ରିଗଡ଼ ଓ ଶିମିଳିପାଳ ଅଭୟାରଣ୍ୟର କୋର ଅଂଚଳ ମଧ୍ୟରୁ  ୧୧ଟି ଗ୍ରାମର ୫୯୬ ପରିବାରକୁ ଜଙ୍ଗଲ ଭିତରୁ ବାହାର କରାଯାଇ ଅନ୍ୟତ୍ର ଥଇଥାନ କରାଯାଇଛି । ଦେବ୍ରିଗଡ଼ରେ ବାଘ ପଦଚିହ୍ନ ଦେଖିବାକୁ ମିଳିଥିବାବେଳେ ସାତକୋଶିଆରେ ବାଘର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିିଛି । ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ସନ୍ଦିପ ତ୍ରିପାଠୀ କହିଛନ୍ତି ଯେ ସୁରକ୍ଷିତ ବନାଂଚଳର ପରିସୀମା ବୃଦ୍ଧି ସହ ବନ୍ୟ ଜନ୍ତୁମାନଙ୍କ ସୁରକ୍ଷା ଓ ସଂରକ୍ଷଣକୁ ଓଡ଼ିଶା ବନ ବିଭାଗ ପ୍ରାଥମିକତା ଦେଉଛି । 
 

15/12/2018

Leave a Reply

Your email address will not be published. Required fields are marked *

Comments