Bikash Khabar
ଭୋଟ ଦେଲେ ଅଧିକ ୮୦ ହଜାର ମହିଳା

ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନର ମତଦାନ ହାର ୭୩.୭୬ ପ୍ରତିଶତ ରହିଛି । ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ  ମୋଟ ୪୪ ଲକ୍ଷ ୨୮ ହଜାର ୨୩୨ ଜଣ ଭୋଟର ଭୋଟ ଦେଇଛନ୍ତି । ୪ ଲୋକସଭା ଓ ତତ୍ ସଂଲଗ୍ନ ୨୮ ବିଧାନସଭା ନିର୍ବାଚନ ମଣ୍ଡଳୀରେ ମୋଟ ୬୦ ଲକ୍ଷ ୩ ହଜାର ୭୦୭ ଜଣ ଭୋଟର ପଞ୍ଜିକୃତ ହୋଇଥିଲେ । ପ୍ରଥମ ପର୍ଯ୍ୟାୟ ମତଦାନର ମହିଳାମାନେ ପୁରୁଷଙ୍କ ଠାରୁ ଢେର ଆଗରେ  ଥିଲେ । ପୁରୁଷଙ୍କ ମତଦାନ ହାର ୭୩.୦୯ ପ୍ରତିଶତ ଥିବା ବେଳେ ମହିଳାମାନଙ୍କ ମତଦାନ ହାର ୭୪.୦୯ ପ୍ରତିଶତରେ ପହଂଚିଥିଲା ।

ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାରଙ୍କ ସୂଚନା ଅନୁଯାୟୀ ପ୍ରଥମ ପର୍ଯ୍ୟାୟରେ ଯୋଗ୍ୟ ଭୋଟରଙ୍କ ମଧ୍ୟରେ ୩୦,୩୦.୨୨୨ ଜଣ ମହିଳା ଥିଲେ । ସେମାନଙ୍କ ମଧ୍ୟରୁ ୨୨.୫୫.୪୭୯ ଜଣ(୭୪.୪୩%) ମତଦାନ କରିଥିଲେ । ଫଳରେ ଭୋଟ ଦେଇଥିବା ମୋଟ ପୁରୁଷଙ୍କ ଠାରୁ ମହିଳାଙ୍କ ସଂଖ୍ୟା ଅଧିକ ୮୨ ହଜାର ୫୫୬ ହୋଇଥିବା ଜଣାପଡ଼ିଛି । ଆଦିବାସୀ ଅଂଚଳରେ ପୁରୁଷମାନଙ୍କ ମଧ୍ୟରୁ ଅନେକ ସ୍ଥାନାନ୍ତରୀ ହୋଇଥିବା କାରଣରୁ ମହିଳା ଭୋଟରଙ୍କ ସଂଖ୍ୟା ବଢିଛି ବୋଲି ଚର୍ଚ୍ଚା ହେଉଛି ।

13/04/2019

Leave a Reply

Your email address will not be published. Required fields are marked *

Comments