Bikash Khabar
ଏପ୍ରିଲ ୨ରୁ ସକାଳୁଆ ସ୍କୁଲ

ରାଜ୍ୟରେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆଗାମୀ ଏପ୍ରିଲ ୨ ତାରିଖ ଠାରୁ  ରାଜ୍ୟର ସମସ୍ତ ସରକାରୀ, ବେସରକାରୀ ଓ ଘରୋଇ ସ୍କୁଲକୁ ସକାଳୁଆ କରାଯାଇଛି । ଏ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି ।

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି ଯେ ଏପ୍ରିଲ ୨ରୁ ସମସ୍ତ ସ୍କୁଲ ସକାଳ ୬ଟା ୩୦ରୁ ୧୦ଟା ୩୦ ପର୍ଯ୍ୟନ୍ତ ଖୋଲା ରହିବ । ପୂର୍ବାହ୍ନ ୧୧ଟା ପରେ କୌଣସି ପରିସ୍ଥିତିରେ ବି ସ୍କୁଲ ଖୋଲା ରହିବନି । ପୂର୍ବାହ୍ନ ୧୦ଟାରେ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ ଦିଆଯିବ । ଏପ୍ରିଲ ୩ରୁ ନୁଆ ଶିକ୍ଷା ବର୍ଷ ଆରମ୍ଭ ହେବାକୁ ଥିବାରୁ ଏପ୍ରିଲ ୨ରେ ସମସ୍ତ ସ୍କୁଲରେ ପ୍ରବେଶ ଉତ୍ସବ ହେବ । ଏହା ପୂର୍ବରୁ ମାର୍ଚ୍ଚ ୩୦ ସୁଦ୍ଧା ସମସ୍ତ ପରୀକ୍ଷା ଫଳ ପ୍ରକାଶ କରାଯିବ ।

24/03/2019

Leave a Reply

Your email address will not be published. Required fields are marked *

Comments