Bikash Khabar
ମା କ୍ଷୀରରୁ ବଂଚିତ ହେବେନି ଶିଶୁ, ଏସସିବି, କ୍ୟାପିଟାଲ ହସ୍ପିଟାଲରେ ହେବ ମଦର ମିଲ୍କ ବ୍ୟାଙ୍କ

କଟକର ଏସସିବି ଓ ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଲରେ ଖୋଲିବ ମଦର ମିଲ୍କ ବ୍ୟାଙ୍କ । ଏହି ବ୍ୟାଙ୍କରୁ ମାତୃ କ୍ଷୀରରୁ ବଂଚିତ ଶିଶୁମାନେ କ୍ଷୀର ପାଇପାରିବେ । ବ୍ୟାଙ୍କକୁ କ୍ଷୀର ଦେବାକୁ ଅଧିକରୁ ଅଧିକ ସଂଖ୍ୟକ ମା ମାନଙ୍କୁ ସଚେତିତ କରାଯିବ । ପ୍ରାଥମିକ ଭାବେ ଏସଏନସିୟୁରେ ରହୁଥିବା ଶିଶୁଙ୍କ ମା ମାନଙ୍କ ଠାରୁ କ୍ଷୀର ସଂଗ୍ରହ କରାଯାଇ ମଦର ମିଲ୍କ ବ୍ୟାଙ୍କ ଆରମ୍ଭ କରାଯିବ । ଏହି ବ୍ୟାଙ୍କ ପରିଚାଳନା ପାଇଁ ବିଶେଷଜ୍ଞମାନଙ୍କୁ ଡ଼ିସେମ୍ବର ୨୧ରୁ ତାଲିମ ନେବା ପାଇଁ ହାଇଦ୍ରାବାଦ ପଠାଯିବ ବୋଲି ଜଣାପଡ଼ିଛି ।

ନବଜାତ ଶିଶୁର ମାର ମୃତ୍ୟୁ କ୍ଷେତ୍ରରେ ଓ ଅନ୍ୟାନ କାରଣ ପାଇଁ ଶିଶୁକୁ ମାତୃକ୍ଷୀରରୁ ବଂଚିତ ହେବାକୁ ପଡ଼ୁଛି । ଏହି ବ୍ୟାଙ୍କକୁ ସଫଳ ପରିଚାଳନା କରାଯାଇପାରିଲେ ସ୍ତନ୍ୟପାନରୁ ବଂଚିତ ଶିଶୁମାନେ ଆହାର ପାଇପାରିବେ । ମା କ୍ଷୀର କିପରି ସୁରକ୍ଷିତ ରହିବ ଓ ମାନରେ ଶୁଦ୍ଧତା ପାଇଁ ଅନ୍ୟ ଉପକରଣମାନ ରଖାଯିବ । 
 

12/12/2018

Leave a Reply

Your email address will not be published. Required fields are marked *

Comments