Bikash Khabar
ମୁମ୍ବାଇର ମହିଳା ଅଟୋ ଚାଳକ, ବଦଳିଛି ଅଭ୍ୟାସ, ବଢିଛି ସାହସ

  ବିଜେତା ନାମକ ଜଣେ କ୍ୟାବ ଚାଳକ ନିଜ ଟ୍ୱିଟର ପୃଷ୍ଠାରେ ଲେଖିଛନ୍ତି ଗତ ରାତିରେ ମୋ ଗାଡ଼ି ହଠାତ୍ ରାସ୍ତାରେ ଅଚଳ ହୋଇଗଲା । ସହାୟତା ପାଇଁ ଗୋଟିଏ ଅଟୋକୁ ଅଟକାଇଲି । ଜଣେ ମହିଳା ଅଟୋ ଚଳାଉଥିଲେ । ରାତିରେ ଏକାଳିନୀ ମହିଳା ଅଟୋ ଚଳାଉଥିବା ଏବଂ ମୋ ପରି ଅଜଣା ଲୋକର ଇସାରାରେ ଅଟକି ଥିବା ଦେଖି ଆଶ୍ଚର୍ଯ୍ୟ ହେଲି । ସେ ମୋତେ ସାହାର୍ଯ୍ୟ କଲେ । ମୁଁ ଖୁସି ଅନୁଭବ କଲି । ମୁଁ ରହୁଥିବା ଏହି ସହରର ପ୍ରତିଟି ଘଣ୍ଟାରେ ମହିଳାଟିଏ ନିଜକୁ ସୁରକ୍ଷିତ ମଣୁଥିବା ଅନୁଭବ କଲି । ଏହା ସବୁ ସହରରେ ହୁଅନ୍ତା କି! ବିଜେତାଙ୍କ ଏହି ପ୍ରଶ୍ନର ଉତ୍ତରକୁ ଅପେକ୍ଷା କରାଯାଇଥିବାବେଳେ ମୁମ୍ବାଇ ସହରରେ ମହିଳା ଅଟୋ ଚାଳକଙ୍କ ସାହସ ପାଇଁ ସଲାମ କରୁଛନ୍ତି ବିଜେତାଙ୍କ ଭଳି ଅନେକ ଲୋକ ।

୨୦୧୬ରେ ରାଜ୍ୟ ସରକାର ରିକ୍ସା ପରମିଟରେ ମହିଳାମାନଙ୍କ ପାଇଁ ୫ ପ୍ରତିଶତ ସଂରକ୍ଷଣ ନିୟମ କରିଥିଲେ । ମହିଳାମାନଙ୍କ ଦ୍ୱାରା ପିଙ୍କ୍ ଅଟୋ ସେବା ପୁରା ମହାରାଷ୍ଟ୍ରରେ ଆରମ୍ଭ ହୋଇଥିଲା । କ୍ରମଶଃ ଅଧିକରୁ ଅଧିକ ମହିଳା ଏଥିରେ ଯୋଡ଼ି ହୋଇଥିଲେ । ମୁମ୍ବାଇ ସଡ଼କରେ ଏହି ମହିଳା ଅଟୋ ଡ଼୍ରାଇଭରମାନେ କେବଳ ମହିଳା ନୁହେଁ, ପୁରୁଷମାନଙ୍କୁ ମଧ୍ୟ ଯାତାୟତରେ ସହାୟତା ଯୋଗାଇ ଦେଇଥାନ୍ତି । ଜଣେ ମହିଳା ଡ଼୍ରାଇଭର ଦିନକୁ ୧୦୦୦ରୁ ୧୫୦୦ ଟଙ୍କା ଯାଏଁ ରୋଜଗାର କରିବା ସହ ନିଜର ସାମାଜିକ ଜୀବନକୁ ସଜାଡ଼ି ପାରିଥିବା ଜଣାପଡ଼ିଛି । 

02/07/2018

Leave a Reply

Your email address will not be published. Required fields are marked *

Comments