Bikash Khabar
ପିପିଲିକୁ ଗଡ଼ିଲା ମୋ ବସ୍‌

 ରଥଯାତ୍ରା ପାଇଁ ପୁରୀ ଜିଲ୍ଲାର ପ୍ରବେଶ ପଥକୁ ରାଜ୍ୟ ସରକାର ସିଲ୍କରିଦେବା ଯୋଗୁଁ ୨୩ତାରିଖ ଅର୍ଥାତ୍ଶ୍ରୀ ଗୁଣ୍ଡିଚା ଦିନ ଭୁବନେଶ୍ବରରୁ ପିପିଲିକୁ ମୋ ବସ୍ସେବା ଆରମ୍ଭ ହୋଇପାରିଲାନି। ତେଣୁ ଗୁରୁବାର ଏହି ରୁଟ୍ରେ ମୋ ବସ୍ସେବା ଆରମ୍ଭ ହୋଇଛି  ରୁଟ୍ନଂ ୩୩ରେ ମୋ ବସ୍ଭୁବନେଶ୍ବର ରେଳ ଷ୍ଟେସନରୁ ବାହାରି ପିପିଲି ହୋଇ ଦାଣ୍ଡମୁକୁନ୍ଦପୁର ପର୍ଯ୍ୟନ୍ତ ଯାଇଛି ପ୍ରତି ୪୦ ମିନିଟରେ ଏହି ରୁଟ୍ରେ ଗୋଟିଏ ବସ୍ଚଳାଚଳ କରିବ। ସକାଳ ୭ରୁ ସଂଧ୍ୟା ପର୍ଯ୍ୟନ୍ତ ବସ୍ଚଳାଚଳ କରିବ। ଗୁରୁବାର ପ୍ରଥମ ବସ୍ଭୁବନେଶ୍ବର ରେଳ ଷ୍ଟେସନରୁ ସକାଳ ୭ଟା ୧୫ ମିନିଟ୍ରେ ବାହାରି ଥିଲା ବେଳେ  ପିପିଲରୁ ପ୍ରଥମ ବସ୍ସକାଳ ୮ଟା ୩୦ରେ ବାହାରିଛି କ୍ରୁଟ୍ପକ୍ଷରୁ କୁହାଯାଇଛି ଯେ, ଏହି ରୁଟ୍ରେ ଏବେ ୪ଟି ବସ୍ପ୍ରତ୍ୟେକ ଦିନ ୩୩ଟି ବସ୍ଷ୍ଟପ୍ମଧ୍ୟରେ ଯାତ୍ରା କରିବ। ପ୍ରଥମ ବସ୍ଭୁବନେଶ୍ବର ରେଳ ଷ୍ଟେସନରୁ ସକାଳ ୭ଟାରେ ବାହାରିବ। ଶେଷ ବସ୍ସଂଧ୍ୟା ୫ଟା ୫୦ରେ ପିପିଲି ଅଭିମୁଖେ ଯିବ। ସେହିପରି ପିପିଲିରୁ ପ୍ରତିଦିନ ସକାଳ ୭ଟା ୪୫ରେ ବସ୍ବାହାରିବ ଏବଂ ଶେଷ ବସ୍ସଂଧ୍ୟା ୭ଟାରେ ବାହାରିବ। ଏହି ରୁଟ୍ରେ ବସ୍ଟିକେଟ ମୂଲ୍ୟ ୩୦ଟଙ୍କା ରହିବ। ଏବେ ଯାତ୍ରୀମାନେ ଟିକେଟ୍ମୂଲ୍ୟ ଅନୁଯାୟୀ ଖୁଚୁରା ଦେବା ସହ କ୍ୟୁଆର୍କୋଡ୍ମାଧ୍ୟମରେ ଟିକେଟ୍‌ ‌କରିବାକୁ କ୍ରୁଟ୍ପକ୍ଷରୁ କୁହାଯାଇଛି। ଏବେ କରୋନା କଟକଣା ଥିବାରୁ ବିନା ମାସ୍କରେ କୌଣସି ଲୋକ ଯାତ୍ରା ନକରିବାକୁ କୁହାଯାଇଛି। ଏହାସହ ବସ୍ରେ କେହି ଛିଡ଼ା ହୋଇ ଯାତ୍ରା କରିପାରିବେନି ବୋଲି କ୍ରୁଟ୍ପକ୍ଷରୁ ନିୟମ ହୋଇଛି।

25/06/2020

Leave a Reply

Your email address will not be published. Required fields are marked *

Comments