Bikash Khabar
୫୭ ମଡେଲ ରାଜପଥ ବିକଶିତ କରିବ ଏନ୍‌ଏଚ୍‌ଏଆଇ

 ଦେଶ ମଧ୍ୟରେ ୫୭ ମଡେଲ ରାଜପଥ ବିକଶିତ କରାଯିବ। ନ୍ୟାଶନାଲ ହାଇଓ୍ବେ ଅଥରିଟି ଅଫ୍ଇଣ୍ଡିଆ(ଏନ୍ଏଚ୍ଏଆଇ) ପକ୍ଷରୁ ନେଇ ସ୍ପଷ୍ଟ କରାଯାଇଛି। ବିକାଶ ହେବାକୁ ଥିବା ଏହି ରାଜପଥର ମୋଟ ଦୈର୍ଘ୍ୟ ୧୭୩୫ କିଲୋମିଟର ରହିଛି। ପ୍ରତି ରାଜ୍ୟର ରାଜଧାନୀ ନିକଟରେ ଏହି ରାଜପଥଗୁଡ଼ିକୁ ଉନ୍ନତୀକରଣ କରାଯିବାର ଯୋଜନା ରଖାଯାଇଛି। ଏହି ପ୍ୟାଚ୍ଗୁଡ଼ିକରେ ନିରାପତ୍ତା ସହ ସୌନ୍ଦର୍ଯୀକରଣକୁ ଗୁରୁତ୍ୱ ଦିଆଯିବ। ଏହା ମଧ୍ୟରେ ରୋଡ୍ସାଇନ, ରୋଡ୍ମାର୍କିଂ, ରୋଡ୍ଫର୍ନିଚର, ସେଫ୍ଟି ଆଇଟମ, ଠିକ୍ଜଙ୍କସନ, ପ୍ରବେଶ ଏବଂ ପ୍ରସ୍ଥାନର ଠିକ୍ବ୍ୟବସ୍ଥା କରାଯିବ ବୋଲି ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ଅନ୍ୟ ବୈଶିଷ୍ଟ୍ୟ ମଧ୍ୟରେ ଠିକ୍ଭାବେ କାର୍ଯ୍ୟକାରୀ ହେଉଥିବା ଡ୍ରେନ୍, ଷ୍ଟ୍ରିଟ୍ଲାଇଟ, ବୃକ୍ଷରୋପଣ, ଟୋଲ୍ପ୍ଲାଜା, ଲୋକଙ୍କ ସୁବିଧା ଲାଗି ବ୍ୟବସ୍ଥା, ସିସିଟିଭି କ୍ୟାମେରା ଭଳି ଅନ୍ୟ ଅତ୍ୟାଧୁନିକ ସୁବିଧା କରାଯିବ।

01/06/2020

Leave a Reply

Your email address will not be published. Required fields are marked *

Comments