Bikash Khabar
ଜାନୁଆରୀରୁ ୫୦ ହଜାର ସ୍କୁଲରେ ହେବ ପୁଷ୍ଟିଯୁକ୍ତ ବଗିଚା

ଖୁବ ଶିଘ୍ର ରାଜ୍ୟର ପ୍ରତ୍ୟେକ ବିଦ୍ୟାଳୟରେ ପୁଷ୍ଟିଯୁକ୍ତ ବଗିଚା ପ୍ରସ୍ତୁତ ହେବ । ଶିକ୍ଷକ ଶିକ୍ଷୟତ୍ରୀମାନେ ଏହାର ଯତ୍ନ ଓ ଦେଖାରଖା କରିବେ । ଖେଳ ପିରିୟଡ଼ରେ ଶିକ୍ଷକ ଶିକ୍ଷୟତ୍ରୀ ଓ ବିଦ୍ୟାର୍ଥିମାନେ ମିଶି ବଗିଚା କାମ କରିବେ । ବଗିଚା ଚାରିପଟେ ସବୁଜ ବାଡ଼ କରାଯିବ । ଡ଼ିସେମ୍ବର ଠାରୁ ଏହି ପ୍ରକ୍ରିୟା ଆରମ୍ଭ ହେବ ଏବଂ ଜାନୁଆରୀ ମାସ ଠାରୁ ରାଜ୍ୟର ୫୦ ହଜାର ବିଦ୍ୟାଳୟରେ ଏହା କର୍ଯ୍ୟକାରୀ ହେବ ବୋଲି ପ୍ରମୁଖ ଶାସନ ସଚିବ ପ୍ରଦୀପ କୁମାର ମହାପାତ୍ର ସୂଚନା ଦେଇଛନ୍ତି ।

ଏହି ପୁଷ୍ଟିଯୁକ୍ତ ବଗିଚାରେ ସଜନା, ଅମୃତଭଣ୍ଡା, କଦଳୀ, ପାଳଙ୍ଗ ଶାଗ ଭଳି ପୁଷ୍ଟିଯୁକ୍ତ ବୃକ୍ଷରୋପଣ ହେବ । ଏଥିପାଇଁ ହେବାକୁ ଥିବା ଖର୍ଚ୍ଚ ଅନୁସୂଚିତ ଜାତି ଓ ଜନଜାତି, ଉଦ୍ୟାନ ବିଭାଗ ଓ ଗଣଶିକ୍ଷା ବିଭାଗ ମିଳିମିଶି ବହନ କରିବେ । ଭିତ୍ତିଭୂମି ସୁଦୃଢ ସାଙ୍ଗକୁ ଅନ୍ୟାନ୍ୟ ପ୍ରକାର ସହାୟତା ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ (ଡ଼ବ୍ଲୁ ଏଫ) ଯୋଗାଇ ଦେବ ।
ଏହି ବଗିଚା ଦ୍ୱାରା ମଧ୍ୟାହ୍ନ ଭୋଜନ ପାଇଁ ଅତିରିକ୍ତ ପୁଷ୍ଟିଯୁକ୍ତ ଖାଦ୍ୟ ମିଳିବା ସହ ଅନୁକୂଳ ପରିବେଶ ସମ୍ଭବ ହେବ ବୋଲି ମତ ପ୍ରକାଶ ପାଇଛି । 
 

09/11/2018

Leave a Reply

Your email address will not be published. Required fields are marked *

Comments