Bikash Khabar
ଆନ୍ତର୍ଜାତିକ ଶିକ୍ଷାସ୍ରୋତ ସହ ସାମିଲ ହେବ ଚିଲିକା ବ୍ଲକ

ଜାତୀୟ ଶୈକ୍ଷିକ ଗବେଷଣା ଓ ପ୍ରଶିକ୍ଷଣ ପରିଷଦ (ଏନସିଇଆରଟି) ପକ୍ଷରୁ ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକରେ ଏକ ନମୁନା ପ୍ରକଳ୍ପ କାର୍ଯ୍ୟକାରୀ ହେବାକୁ ଯାଉଛି । ଆନ୍ତର୍ଜାତିକ ଶିକ୍ଷା ସ୍ରୋତ ସହ ସାମିଲ ହେବା ଦିଗରେ ଏହି ପ୍ରକଳ୍ପ ବିଦ୍ୟାର୍ଥିମାନଙ୍କୁ ବାଟ କଢେଇ ଆଗକୁ ନେଇ ପାରିବ ବୋଲି ଆକାଙ୍କ୍ଷା  ପ୍ରକାଶ ପାଇଛି ।

ଏହି ନମୁନା ପ୍ରକଳ୍ପ ଜରିଆରେ ବିଦ୍ୟାଳୟ ପାଠପଢାରେ ଦକ୍ଷତା ଭିତିକ ଶିକ୍ଷା ଦିଆଯିବା ପାଇଁ ନିଷ୍ପତ୍ତି ହୋଇସାରିଛି । ଚିଲିକା ଭଳି ଦେଶର ୬ଟି ବ୍ଲକରେ ଏପରି ପ୍ରକଳ୍ପ ରୂପାୟନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ବେସ ଲାଇନ ସର୍ଭେ, ଡ଼ାଟାବେସ ପ୍ରସ୍ତୁତି, ଶିକ୍ଷାର୍ଥିଙ୍କର ଦକ୍ଷତା ଓ ଶିକ୍ଷାର ସ୍ତର ତୁଳନା, ଶିକ୍ଷକ ଓ ଗୋଷ୍ଠୀମାନଙ୍କୁ ନେଇ ତାଲିମ ଓ ଭାବ ବିନିମୟ ଏବଂ ପରିବର୍ତ୍ତିତ ରେକର୍ଡ ଅନୁଧ୍ୟାନ କରାଯିବ ।
ପାରମ୍ପରିକ ଶିକ୍ଷାଦାନରେ ପାଠ୍ୟକ୍ରମ, ପାଠ୍ୟ ପୁସ୍ତକ ଓ ଆକଳନକୁ ଗୁରୁତ୍ୱ ନଦେଇ ଛାତ୍ରଛାତ୍ରୀଙ୍କୁ ଦକ୍ଷତା ଭିତ୍ତିକ ଶିକ୍ଷା ଦେଲେ ଭବିଷ୍ୟତ ଜୀବନରେ ସେମାନେ ନିଶ୍ଚିତ ଶିକ୍ଷାକୁ ଆଧାର କରି ଆଗକୁ ବଢିପାରିବେ ବୋଲି ଚିଲିକା ବ୍ଲକ ସମ୍ମିଳନୀ କକ୍ଷରେ ଏ ସଂପର୍କିତ ତାଲିମ ଶିବିରକୁ ଉଦଘାଟନ କରି ଏନସିଇଆରଟିର ନିର୍ଦ୍ଦେଶକ ହୃଷିକେଶ ସେନାପତି କହିଥିଲେ । 
 

10/11/2018

Leave a Reply

Your email address will not be published. Required fields are marked *

Comments