Bikash Khabar
ବାତ୍ୟା ଓ ବନ୍ୟାରେ ଗ୍ୟାସ ସିଲିଣ୍ଡର ହଜିଥିଲେ ୨୦୦ ଟଙ୍କାରେ ମିଳିବ ନୂଆ

ଓଡ଼ିଶାରେ ତିତଲି ଓ ଏହାର ପ୍ରଭାବରେ ସଂଘଠିତ  ବନ୍ୟା ଓ ବାତ୍ୟାରେ ଏଲପିଜି ଉପଭୋକ୍ତାଙ୍କ ସମସ୍ୟାର ସମାଧାନ ପାଇଁ ତୈଳ ବିପଣନ କମ୍ପାନୀମାନେ ସହଯୋଗର ହାତ ବଢାଇ ଦେଇଛନ୍ତି । ବାତ୍ୟା ଓ ବନ୍ୟାରେ ସିଲିଣ୍ଡର ହଜିଯିବା ବା କାଗଜପତ୍ର ନଷ୍ଟ ହୋଇଯିବା ସ୍ଥିତିରେ ଖାଉଟିମାନେ ଯେଭଳି କୌଣସି ସମସ୍ୟାର ସମ୍ମୁଖୀନ ନହୁଅନ୍ତି ସେଥିପାଇଁ ତୈଳ ବିପଣନ କମ୍ପାନୀମାନେ ଯତ୍ନବାନ ଥିବା ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାର ରାଜ୍ୟ ସଂଯୋଜକ ପ୍ରୀତିଶ ଭାରତ କହିଛନ୍ତି । ଯଦି ଉଜ୍ଜ୍ୱଳା ହିତାଧିକାରୀଙ୍କ ସିଲିଣ୍ଡର ହଜିଯାଇଥାଏ ତାହା ହେଲେ ଉପଯୁକ୍ତ ପ୍ରମାଣ ସହ ୨୦୦ ଟଙ୍କା ଦେଲେ ନୁଆ ସିଲିଣ୍ଡର ଯୋଗାଇ ଦିଆଯିବ । ସେହିପରି ଅନ୍ୟାନ୍ୟ ଘରୋଇ ଏଲପିଜି ଗ୍ରାହକମାନଙ୍କର ସିଲିଣ୍ଡର ନମିଳିବା କ୍ଷେତ୍ରରେ ୧୨୦୦ ଟଙ୍କା ବିନିମୟରେ ନୁଆ ସିଲିଣ୍ଡର ଯୋଗାଇ ଦିଆଯିବ । ଯଦି ଗ୍ୟାସ କାଗଜ ପତ୍ର ନଷ୍ଟ ହୋଇଯାଇଥାଏ ତେବେ ନୁଆ କାଗଜ ପତ୍ର ପ୍ରସ୍ତୁତ କରି ଯୋଗାଇ ଦେବା ପାଇଁ ତୈଳ ବିପଣନକାରୀ କମ୍ପାନୀମାନେ ସହଯୋଗ କରିବେ । ଏହି ସୁବିଧା ଯୋଗାଇ ଦେବା ପାଇଁ ବିଭିନ୍ନ ସ୍ଥାନରେ ଶିବିରମାନ ଆୟୋଜନ କରାଯିବ । ପ୍ରାକୃତିକ ବିପର୍ଯ୍ୟୟ ସମୟରେ କ୍ଷତିଗ୍ରସ୍ତ ଉପଭୋକ୍ତାଙ୍କ ପାଇଁ ଏଭଳି ଘୋଷଣା ନୂଆ ଆଶା ସଂଚାର କରିଛି । 
 

15/10/2018

Leave a Reply

Your email address will not be published. Required fields are marked *

Comments