Bikash Khabar
ପ୍ଲାଷ୍ଟିକ କଟକଣାରୁ ବନ୍ଦ ହୋଇଥିବା ୫୦୦ ଶିଳ୍ପକୁ ନେଇ ଚିନ୍ତା, କୋରିଆ ପ୍ରଯୁକ୍ତିକୁ ନେଇ କରିବେ ନୁଆ ଉତ୍ପାଦ

ରାଜ୍ୟର କେତେକ ସହରରେ ପ୍ଲାଷ୍ଟିକ ଉପରେ କଟକଣା ଲାଗୁ କରାଯାଇଛି, ଫଳରେ ୫୦୦ରୁ ଅଧିକ ଅଣୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଯେଉଁମାନେ ପ୍ଲାଷ୍ଟିକ ମୁଣା, ଜରି, କପ୍, ପ୍ଲେଟ, ପାଉଚ୍ ଗ୍ଲାସ ଆଦି ତିଆରି କରୁଥିଲେ ସେ ସବୁ ଉଦ୍ୟୋଗ ଗୁଡ଼ିକ ବନ୍ଦ ହୋଇଯାଇଛି । ସେଠାରେ କାର୍ଯ୍ୟରତ ଶ୍ରମିକମାନେ କାମ ପାଇନାହାନ୍ତି । ଏହି ଅସୁବିଧାକୁ ଧ୍ୟାନରେ ରଖି ଶିଳ୍ପଗୁଡ଼ିକ କିଭଳି ଭାବେ ବିକଳ୍ପ ତଥା ମାଟିରେ ସହଜରେ ମିଶିପାରୁଥିବା ଜୈବିକ ବିଘଟନକାରୀ ପ୍ଲାଷ୍ଟିକ ନିର୍ମାଣ କରିବେ ସେ ଉପରେ ଧାନ ଦିଆଯାଇଛି । ଓଡ଼ିଶା ଆସେମ୍ଲି ଅଫ୍ ସ୍କଲ ଆଣ୍ଡ ମିଡ଼ିୟମ ଏଣ୍ଟରପ୍ରାଇଜେସ (ଓସମେ) ବଢାଇ ଦେଇଛି ସହଯୋଗର ହାତ । ରାଜ୍ୟରେ ଉକ୍ତ କ୍ଷେତ୍ରରେ କାର୍ଯ୍ୟରତ ଶିଳ୍ପଗୁଡ଼ିକ କୋରିଆ ଟେକ୍ନୋଲୋଜି ଆଧାରରେ କିଭଳି ଭାବେ ପ୍ରକଳ୍ପ ଉତ୍ପାଦନ କରିବେ ସେ ନେଇ ଓସମେ ସମସ୍ତ ପ୍ରକାରର ସହଯୋଗ ଯୋଗାଇବ । ଓସମେ ମହାସଚିବ ସ୍ୱାତ୍ତ୍ୱିକ ସ୍ୱାଇଁ ଏ ସୂଚନା ଦେଇଛନ୍ତି । ନିକଟରେ ଓସମେ ଏବଂ ହୋପୋ ଓଭରସିଜ୍ ପ୍ରାଇଭେଟ ଲିମିଟେଡ଼୍ ପକ୍ଷରୁ ନେକଷ୍ଟ ଟୁ ପ୍ଲାଷ୍ଟିକ ଶୀର୍ଷକ ଏକ କର୍ମଶାଳା ଆୟୋଜିତ ହୋଇଯାଇଛି । 

 

08/11/2018

Leave a Reply

Your email address will not be published. Required fields are marked *

Comments