Bikash Khabar
ବସ୍ତିବାସିନ୍ଦା ଏବଂ ପୋଲିସ ମଧ୍ୟରେ ସମ୍ପର୍କ ପାଇଁ, ଆରମ୍ଭ ହେଲା ‘ଆପୋସ’ ଯୋଜନା

ଗତ ଫେବୃଆରୀ ୧୧ ତାରିଖ ଠାରୁ କମିସନରେଟ ପୋଲିସ ଆରମ୍ଭ କରିଛି ଆପୋସ ଯୋଜନା । ବସ୍ତିର ଯୁବକଙ୍କ ଉଦ୍ଦେଶ୍ୟରେ ଏହି ଯୋଜନା ଆରମ୍ଭ ହୋଇଛି । ବସ୍ତିବାସିନ୍ଦା ଏବଂ ପୋଲିସ ମଧ୍ୟରେ ଏକ ସେତୁ ଭଳି କାର୍ଯ୍ୟ କରିବା ଏହି ଯୋଜନାର ଲକ୍ଷ୍ୟ ।

ଭୁବନେଶ୍ୱର ଓ କଟକରେ ୭୦୦ ବସ୍ତି ରହିଛି । ପୋଲିସ ସହିତ ବସ୍ତିବାସିନ୍ଦା ଯୋଡ଼ି ହେଲେ ଦ୍ରୃତ ଗତିରେ ସେମାନେ ବିକାଶର ମୁଖ୍ୟ ସ୍ରୋତକୁ ଆସିପାରିବେ । ଗୁଣାତ୍ମକ ଶିକ୍ଷା, ଗୃହ, ନିଯୁକ୍ତି ସୁବିଧା ପାଇବାରୁ ବଂଚିତ ବସ୍ତିବାସିନ୍ଦା ବିପଥଗାମୀ ହୋଇ ଅପରାଧିକ କାର୍ଯ୍ୟକଳାପରେ ଗୋଡ଼ ବଢାଇଥାଆନ୍ତି । ତେବେ କମିସନରେଟ ପୋଲିସର ଆପୋସ ଯୋଜନା ସେମାନଙ୍କର ବିଶ୍ୱାସକୁ ବଢାଇବ । ଖେଳ ଓ ଯୁବବ୍ୟାପାର, ନଗର ଉନ୍ନୟନ, ବିଏମସି ଓ ବିଡ଼ିଏର ସହଯୋଗରେ ପ୍ରଥମ ପର୍ଯ୍ୟାୟରେ ଦ୍ୱେତ ନଗରୀର ୬ଟି ବସ୍ତିକୁ ଏଥିରେ ଯୋଡ଼ା ଯାଇଛି । ସାଲିଆସାହି, ଭରତପୁର, ଶିଖରଚଣ୍ଡି, ଚନ୍ଦ୍ରଶେଖରପୁର, ପଣ୍ଡା ପାର୍କ ବସ୍ତି, ଲକ୍ଷ୍ମୀସାଗର, ହଳଦୀ ପଡ଼ିଆ ଏବଂ କଟକ ବିଡ଼ାନାସୀଥାନା ତଅଁଳା ସାହି ବସ୍ତିରେ ଆପୋସ ଯୋଜନା( ଅଲରାଉଣ୍ଡ ପ୍ରମୋସନ ଅଫ୍ ସ୍ପୋଟସ ଇନ୍ ସ୍ଲମସ ଆଣ୍ଡ ୟଙ୍ଗ ଜୁଭେନାଇଲ ଏଗେନଷ୍ଟ ନାର୍କୋଟିକ୍ ଆଚ୍ୟୁଜ) କାର୍ଯ୍ୟକାରୀ ହେଉଛି ।
ବସ୍ତିର ପିଲାମାନଙ୍କୁ କ୍ରିକେଟ, ଫୁଟବଲ ଓ ଭଲିବଲ ଭଳି ଖେଳ କୁଦ ମାଧ୍ୟମରେ ସେମାନଙ୍କ ପ୍ରତିଭାକୁ ଆଗକୁ ଅଣାଯିବ ଏବଂ ଅପରାଧ ଠାରୁ କିଭଳି ଦୂରେଇ ରହିବେ ସେ ଦିଗରେ ଏହି ଯୋଜନା ପ୍ରୟାସ କରିବ ।

15/04/2019

Leave a Reply

Your email address will not be published. Required fields are marked *

Comments