Bikash Khabar
ରେଳ ଦୁର୍ଘଟଣା ରୋକିବ ନୁଆ ରୋବର୍ଟ ଉସ୍ତାଦ

ନାଗପୁର ରେଳମଣ୍ଡଳ ପକ୍ଷରୁ ପ୍ରସ୍ତୁତ ହୋଇଛି ଏକ ଅତ୍ୟାଧୁନିକ ରୋବର୍ଟ । ଏହା ରେଳଯାତ୍ରାକୁ ସୁରକ୍ଷିତ କରିବ । ଏହି ରୋବର୍ଟର ନାମ ରହିଛି ଉସ୍ତାଦ । ଉସ୍ତାଦ ଟ୍ରେନଗୁଡ଼ିକୁ ଯାଂଚ କରିବାରେ ସହାୟତା କରିବ । ରେଳଦୁର୍ଘଟଣାକୁ ରୋକିବା ଦିଗରେ ଉସ୍ତାଦର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ । ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବ୍ୟବହାରରେ ଉସ୍ତାଦର ନିର୍ମାଣ ହୋଇଥିବା ସୂଚନା ମିଳିଛି ।

ଉସ୍ତାଦ ଟ୍ରେନର ପ୍ରତ୍ୟେକ ବଗି ତଳେ ଲାଗିଥିବା ନଟ ବୋଲ୍ଟର ନିରୀକ୍ଷଣ କରିବ । ଯଦି କେଉଁଠି ତ୍ରୁଟି ଥିବ ସେ ସଂପର୍କିତ ତୁରନ୍ତ ସୂଚନା ପ୍ରଦାନ କରିବ । ଉସ୍ତାଦ ଦେହରେ ଖଞ୍ଜାଯାଇଥିବା ଉନ୍ନତମାନର କ୍ୟାମେରା ଆଧାରରେ ରେଳକର୍ମଚାରୀମାନେ ତ୍ରୁଟିଥିବା ଅଂଶର ମରାମତି କରିପାରିବେ । ଘନ ଅନ୍ଧାରରେ ମଧ୍ୟ ଉସ୍ତାଦ ବଗିର ତ୍ରୁଟି ବିଚ୍ୟୁତିକୁ ରେକର୍ଡ଼ିଂ କରିପାରିବ । ପୂର୍ବରୁ ରେଳ ଇଞ୍ଜିନିୟରମାନେ ଟ୍ରେନ ଟ୍ରାକରେ ଶୋଇ ଏସବୁ ଯାଂଚ କରୁଥିଲେ । ଉସ୍ତାଦ ଇଞ୍ଜିନିୟରମାନଙ୍କୁ ଏ କ୍ଷେତ୍ରରେ ଏବେ ବିଶେଷ ସହାୟକ ହୋଇପାରିବ ବୋଲି ରେଳମନ୍ତ୍ରାଳୟ କହିଛି । 
 

27/12/2018

Leave a Reply

Your email address will not be published. Required fields are marked *

Comments