Bikash Khabar
ନୂଆ ଯୋଜନା : ଯେ କେହି ବି ଏବେ ଗ୍ରାହକଙ୍କୁ ସିଧା ବିକ୍ରି କରିପାରିବେ ବିଜୁଳି, କେବଳ ନେବାକୁ ହେବ ଲାଇସେନ୍ସ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ନୁଆ ଯୋଜନାର ଶୁଭାରମ୍ଭ କରିବାକୁ ଯାଉଛନ୍ତି । ଏହି ଯୋଜନା ଅନୁସାରେ ଲାଇସେନ୍ସ ନେଇ ଆପଣ ବିଜୁଳି ବିକ୍ରେତା ହୋଇପାରିବେ । ଶକ୍ତି ମନ୍ତ୍ରଣାଳୟ ଏହି ସମ୍ପର୍କରେ ସେପ୍ଟେମ୍ବର ୭,୨୦୧୮ରେ ଚିଠା ପ୍ରସ୍ତୁତ କରିଛି । ଚିଠାରେ ସରକାରୀ ମୋହର ଲାଗିଯିବା ପରେ ବିଜୁଳି ବିତରଣ କମ୍ପାନୀ ଏବଂ ବିଜୁଳି ଯୋଗାଣକାରୀ କମ୍ପାନୀ ଅଲଗା ଅଲଗା ହୋଇଯିବେ । ବିଜୁଳି ଯୋଗାଇବା ପାଇଁ କେବଳ ଲାଇସେନ୍ସର ଆବଶ୍ୟକତା ପଡ଼ିବ ।
ମୋଦି ସରକାରଙ୍କ ଯୋଜନା ଅନୁଯାୟୀ ଗୋଟିଏ ଅଂଚଳରେ ଏକାଧିକ ବିଜୁଳି ଯୋଗାଣକାରୀ ହେବେ । ଏହି ଯୋଗାଣକାରୀଙ୍କ କାମ କେବଳ ବିଜୁଳି ଯୋଗାଇବା ହେବ । ବିଜୁଳି ବିତରଣକାରୀ କମ୍ପାନୀ ପୃଥକ୍ ହେବେ । ସେମାନଙ୍କ କାମ ସାଧାରଣ ଉପଭୋକ୍ତାଙ୍କ ଘର ପର୍ଯ୍ୟନ୍ତ ବିଜୁଳି ପହଂଚାଇବା ପାଇଁ ନେଟୱାର୍କ ସ୍ଥାପିତ କରିବା ହେବ । ବିଜୁଳି ଯୋଗାଣକାରୀ ନେଟୱାର୍କ ବ୍ୟବହାର କରିବା ବଦଳରେ ବିତରଣ କମ୍ପାନୀକୁ ଦେୟ ଦେବ । କୌଣସି ବି ଯୋଗାଣକାରୀ ଯେ କୌଣସି ଯାଗାରୁ ବିଜୁଳି କ୍ରୟ କରି ଘର ପର୍ଯ୍ୟନ୍ତ ବିଜୁଳି ଯୋଗାଣ କରିପାରିବ । 
 

11/09/2018

Leave a Reply

Your email address will not be published. Required fields are marked *

Comments