Bikash Khabar
ଘୋଷଣା ହେଲା ନୁଆ ଯୋଜନା ପୀଠା, ପଂଚାୟତରେ ପ୍ରତି ମାସରେ କ୍ୟାମ୍ପ, ବ୍ଲକର ଶ୍ରେଷ୍ଠ ପଂଚାୟତକୁ ୫ ଲକ୍ଷ

ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ କାର୍ଯ୍ୟକ୍ରମ ଗୁଡ଼ିକ ବାବଦରେ ପଂଚାୟତ ସ୍ତରରେ ପ୍ରତିମାସରେ କ୍ୟାମ୍ପ କରାଯାଇ ଲୋକମାନଙ୍କୁ ସଚେତନ କରାଇବା ଆଭିମୁଖ୍ୟ ନେଇ ରାଜ୍ୟ ସରକାର ଏକ ନୁଆ ଯୋଜନା ପୀଠା (ପିପୁଲସ ଏମ ପାୱାର ମେଣ୍ଟ, ଏନବଲିଂ ଟ୍ରାନ୍ସପାରେନ୍ସି ଆଣ୍ଡ ଆକାଉଣ୍ଟେବିଲିଟି ଅଫ୍ ଓଡ଼ିଶା ଇନସିଏଟିଭ) ଆଣିଛନ୍ତି । ପୂର୍ବରୁ ମୁଖ୍ୟମନ୍ତ୍ରୀ ଥ୍ରି ଟି (ଟେକ୍ନୋଲୋଜି, ଟ୍ରାନ୍ସପାରେନ୍ସି, ଟିମ୍ ୱାର୍କ) ଘୋଷଣା କରିଥିଲେ । ପୀଠା ତାହାର ଅଂଶ ବିଶେଷ ହେବ । ଆମ ଗାଁ ଆମ ବିକାଶର ଏହା ଏକ ଉପଯୋଜନା । ମୁଖ୍ୟମନ୍ତ୍ରୀ ସୋମବାର ଏହି ଯୋଜନା ଘୋଷଣା କରିଛନ୍ତି । ଚଳିତ ମାସ ଠାରୁ  ଏହି ଯୋଜନା କାର୍ଯ୍ୟକାରୀ ହେବ । ପଂଚାୟତ ସ୍ତରରେ ପ୍ରତି ମାସରେ ୧୫ରୁ ୨୦ ତାରିଖ ମଧ୍ୟରେ କ୍ୟାମ୍ପ ଅନୁଷ୍ଠିତ ହେବ । ଏହି କ୍ୟାମ୍ପରେ ଆମ ଏଲଇଡ଼ି ମିଶନ ଶକ୍ତିର ଫାଇଦା, ସାମାଜିକ ସୁରକ୍ଷା, ମଧୁବାବୁ ପେନସନ ଯୋଜନା, କଳାକାର ଭତ୍ତା, ନିର୍ମାଣ ଶ୍ରମିକ ଭତ୍ତା ଓ ସ୍ଥାନୀୟ ଅଂଚଳର ଅନ୍ୟାନ୍ୟ ସୁବିଧା ସୁଯୋଗ ଆଦି ବିଷୟରେ  ଆଲୋଚନା କରାଯିବ । ଏହି ଶିବିରରେ ବିଭିନ୍ନ ସରକାରୀ ଯୋଜନା ବାବଦରେ ଜନସଚେତନତା କରାଯିବ ।

ଯେଉଁ ପଂଚାୟତ ପୀଠାକୁ ସଫଳତାର ସହ ପରିଚାଳନା କରିବେ ସେହି ପଂଚାୟତକୁ ପୁରସ୍କାର ସ୍ୱରୂପ ୫ ଲକ୍ଷ ଟଙ୍କା ପ୍ରଦାନ କରାଯିବ । କ୍ୟାମ୍ପ କାର୍ଯ୍ୟକାରୀ କ୍ଷେତ୍ରରେ ଶ୍ରେଷ୍ଠ ପଂଚାୟତ ଗୁଡ଼ିକୁ ପୁରସ୍କୃତ କରାଯିବ । 
 

04/12/2018

Leave a Reply

Your email address will not be published. Required fields are marked *

Comments