Bikash Khabar
ଟ୍ରଙ୍କ, ମସାରି, ବାଲତି ଠାରୁ ତକିଆ ଯାଏଁ ସୁଲଭ ମୂଲ୍ୟରେ ଯୋଗାଇ ଦେବ ବେଡ଼ ବିସ୍ତାର ଡ଼ଟ ଇନ୍

ରାଜଧାନୀ ଭୁବନେଶ୍ୱରକୁ ପାଠ ପଢିବା ପାଇଁ ଆସୁଥିବା ବହିରାଗତ ବିଦ୍ୟାର୍ଥିମାନଙ୍କ ପାଇଁ ଖୁସି ଖବର ।  ଏଣିକି ସେମାନେ ଦୋକାନ ଦୋକାନ ବୁଲି ମଶାରୀ, ବାଲତି, ମଗ୍ ଠାରୁ ଟ୍ରଙ୍କ ଯାଏ ଆଉ କିଣିବାକୁ ପଡ଼ିବନି । ଗୋଟିଏ ଛାତ ତଳୁ ସୁଲଭ ମୂଲ୍ୟରେ ଏହା ଉପଲବ୍ଧ ହେବ । ବେଡ଼ ବିସ୍ତାର ଡ଼ଟ୍ ଇନ୍ ନାମରେ ଗୋଟିଏ ଷ୍ଟାର୍ଟ ଅପ ଆରମ୍ଭ କରାଯାଇଛି । ଛାତ୍ରଛାତ୍ରୀମାନେ ଫୋନ କରି ସେମାନଙ୍କ ଆବଶ୍ୟକୀୟ ଦ୍ରବ୍ୟ ମଗାଇପାରିବେ । ୧୯୯୯ ଟଙ୍କା ମୂଲ୍ୟରେ ମସାରି, ବାଲଟି, ପାଣିବୋତଲ, ତକିଆ, ବେଡ଼ ସିଟ୍ ଯାଏ ସାମଗ୍ରୀ ଏହି ଅନଲାଇନ ସଂସ୍ଥା ଦ୍ୱାରା ମଗାଇପାରିବେ । ତେବେ ସାମଗ୍ରୀ ଗୁଡ଼ିକ ପାଇବା ପରେ କ୍ୟାସ ଦେବାକୁ ହେବ । ଭୁବନେଶ୍ୱରକୁ ଆସୁଥିବା ଛାତ୍ରଛାତ୍ରୀ ଓ କର୍ମଜୀବିମାନେ ଏହି ୱେବସାଇଟକୁ ଯାଇ ଅର୍ଡ଼ର ଦେଇପାରିବେ । 

 

27/04/2019

Leave a Reply

Your email address will not be published. Required fields are marked *

Comments