Bikash Khabar
ନିର୍ମାଣର ପ୍ରୟାସ, ସହରରେ ପହଂଚିଲା ବିପଦମୁକ୍ତ ପୁଷ୍ଟିକର ଖାଦ୍ୟ ଓ ଶସ୍ୟ

ଆଇଜି ଏସଏସଏସ ଏବଂ ସାମାଜିକ ସଂଗଠନ ନିର୍ମାଣ ପ୍ରୟାସରେ ପଟିଆ ଠାରେ ଥିବା ଆଶୀର୍ବାଦ ମଣ୍ଡପ ଠାରେ ବିପଦମୁକ୍ତ ଓ ପୁଷ୍ଟିକର ଖାଦ୍ୟକୁ ନେଇ ଏକ କର୍ମଶାଳା ସହିତ ବିଭିନ୍ନ ଅର୍ଗାନିକ ଶସ୍ୟ, ଫଳ ପନିପରିବା ଓ ଏଥିରୁ ପ୍ରସ୍ତୁତ ଖାଦ୍ୟର ପ୍ରଦର୍ଶନୀ ତଥା ବିକ୍ରୟ କେନ୍ଦ୍ର ଖୋଲାଯାଇଥିଲା । ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ସହରବାସୀ କର୍ମଶାଳା ଓ ଖାଦ୍ୟ ପ୍ରଦର୍ଶନୀରେ ଉପସ୍ଥିତ ରହି ଉତ୍ସାହ ପ୍ରକାଶ କରୁଥିବା ଦେଖାଯାଇଥିଲା ।
ଚାଷୀ ଓ ଖାଉଟିମାନଙ୍କ ମଧ୍ୟରେ ସଂପର୍କ ସ୍ଥାପନା ପୂର୍ବକ ଅର୍ଗାନିକ ଉତ୍ପାଦ ଜରିଆରେ ସ୍ୱାସ୍ଥ୍ୟ ଓ ପରିବେଶୀୟ ଲାଭକୁ ନିଶ୍ଚିତତା ପାଇଁ ନିର୍ମାଣ ତାର ପ୍ରତିବଦ୍ଧତା ଜାରୀ ରଖିଛି ବୋଲି ସଂଗଠନର ମୁଖ୍ୟ ପ୍ରଶାନ୍ତ ମହାନ୍ତି ଓ ସୁରେଶ ବିଶୋୟୀ କହିଛନ୍ତି । ଏହି କାର୍ଯ୍ୟକ୍ରମରେ ପ୍ରେରଣା ୱେଲଫେୟାର, ଟ୍ରଷ୍ଟ, ଆଇ କନସେପ୍ଟ, ଶିଶୁ ଅର୍ଗାନିକ ପ୍ରାଇଭେଟ ଲିମିଟେଡ଼ ଦରବାର ସାହିତ୍ୟ ସଂସଦ, କନ୍ଧମାଳ ଫାର୍ମର ପ୍ରଡ଼୍ୟୁସର କମ୍ପାନୀ ଓ ଜୀବନ ରେଖା ପରିଷଦ ଆଦି ସଂସ୍ଥା ଗୁଡ଼ିକ ଏକାଠି ହୋଇ ମାଣ୍ଡିଆ, ଡ଼ାଲି, ଚାଉଳ, ହଳଦୀ, ତେଲ, ପନିପରିବା ଆଦି ଉତ୍ପାଦ ଗୁଡ଼ିକୁ ସହରବାସୀଙ୍କ ନିକଟରେ ଉପସ୍ଥାପିତ କରିଥିଲେ ।
ସହରରେ ଫଳ ଓ ପନିପରିବା ଗୁଡ଼ିକରେ ବିଷାକ୍ତ ରସାୟନିକ ଦ୍ରବ୍ୟର ପ୍ରଲେପ ଦିଆଯାଉଥିବାରୁ ଅର୍ଗାନିକ ଉତ୍ପାଦର ସ୍ଥାୟୀ ଷ୍ଟଲମାନ ଖୋଲାଯିବା ଜରୁରୀ ବୋଲି ମତ ପ୍ରକାଶ ପାଇଥିଲା । 
 

22/10/2018

Leave a Reply

Your email address will not be published. Required fields are marked *

Comments