Bikash Khabar
ଚିଲିକାରେ ତିନିଟା ତିରିଶି ପରେ ଚାଲିବନି ଡ଼ଙ୍ଗା

ଗତ ଜୁନ ୧୬ ତାରିଖରେ ଚିଲିକାରେ ଡ଼ଙ୍ଗାବୁଡ଼ି ୬ଜଣଙ୍କ ଜୀବନ ଯାଇଥିଲା । ଏହାପରେ ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରଶାସନ ଏକ ଟିମ୍ ଗଠନ କରିଥିଲେ । ଟିମ୍ ଚିିଲିକାରେ ଯାତ୍ରୀବାହୀ ଡ଼ଙ୍ଗା ଉପରେ କଟକଣା ଲଗାଇଥିଲେ । ଜଳପଥ ଆଇନ ଅନୁସାରେ ଯାତ୍ରୀ ପରିବହନ ଅନୁମତି ଓ ଲାଇଫ ଜ୍ୟାକେଟ, ଲାଇଫ ବଏ ଓ ଅଗ୍ନି ନିର୍ବାପକ ଯନ୍ତ୍ର ବ୍ୟବହାର ସହିତ ଯାତ୍ରୀଙ୍କ ଠିକଣା ରଖିବା ଦିଗରେ ପଦକ୍ଷେପ ନେବା ପାଇଁ ପ୍ରତିଶୃତି ଦେବା ପରେ ପ୍ରଶାସନ ଚିଲିକାରେ ଡ଼ଙ୍ଗା ଚଳାଚଳ ପାଇଁ ଅନୁମତି ଦେଇଛି । ଯାତ୍ରୀବାହୀ ଡ଼ଙ୍ଗା ଗୁଡ଼ିକର କାଗଜପତ୍ର ଓ ଅନ୍ୟାନ୍ୟ ଦିଗକୁ ଅନୁଧ୍ୟାନ କରି ୭୩ଟି ଡ଼ଙ୍ଗାକୁ ଚିଲିକାରେ ଯାତ୍ରୀ ପରିବହନ ପାଇଁ ପ୍ରଶାସନ ଅନୁମତି ଦେଇଛି ।
ଜିଲ୍ଲାପାଳଙ୍କ ପ୍ରକୋଷ୍ଟରେ ସୋମବାର ସନ୍ଧ୍ୟାରେ ଆୟୋଜିତ ବୈଠକରେ ଅତିରିକ୍ତ ଜିଲ୍ଲାପାଳ ମନୋରଞ୍ଜନ ମଲ୍ଲିକ, ଉପଜିଲ୍ଲାପାଳ ସରୋଜ କୁମାର ସାହୁ, ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ରୀନା ରଥ, ଆଡ଼ିସନାଲ ଏସପି, ମା କାଳିଜାଇ ମୋଟର ବୋଟ ମାଲିକ ସଂଘର ଗୋବିନ୍ଦ ଜାଲି ପ୍ରମୁଖ ଏକାଠି ହୋଇ ଯାତ୍ରୀ ସୁରକ୍ଷା ଦିଗରେ ଆଲୋଚନା କରିଥିଲେ । କ୍ଷମତା ଅନୁଯାୟୀ ଯାତ୍ରୀ ପରିବହନ, ପ୍ରତିଦିନ ଡ଼ଙ୍ଗାର ଯାଂଚ ଓ ସାଢେ ତିନିଟା ପରେ ଚିଲିକା ଭିତରକୁ ଡ଼ଙ୍ଗା ନନେବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । 
 

30/10/2018

Leave a Reply

Your email address will not be published. Required fields are marked *

Comments