Bikash Khabar
ବିଜୁଳି ନାହିଁ, ଗାଁରେ ୨୦ ଘର କିନ୍ତୁ ହେଲା ରେଳ ଷ୍ଟେସନ

ମଙ୍ଗଳବାର ପ୍ରଧାନମନ୍ତ୍ରୀ ମୋଦି ବଲାଙ୍ଗିର-ବିଛୁପାଲି ରେଲୱେ ଲାଇନର ଉଦଘାଟନ କରିଥିଲେ । ଓଡ଼ିଶାର ସବୁଠୁ ଛୋଟ ଗାଁ ପାଇଲା ଷ୍ଟେସନର ମାନ୍ୟତା ।

ବଲାଙ୍ଗିର ଜିଲ୍ଲାର ଏହି ଗାଁରେ ମାତ୍ର ୨୦ ଘର । ୨୦୧୧ ଜନଗଣନା ଅନୁଯାୟୀ ୫ଟି ପରିବାରର ୧୫ ଜଣ ଲୋକ ଏ ଗାଁରେ ବାସ କରୁଥିଲେ । ଏବେ ପରିବାର ସଂଖ୍ୟା ୭ ହୋଇଥିବାବେଳେ ଲୋକସଂଖ୍ୟା ୨୦କୁ ବଢିଛି । ବିଛୁପାଲି ଗାଁରେ ସ୍କୁଲ ନାହିଁ କି ବିଜୁଳି ନାହିଁ । ବିଛୁପାଲି, ଭଏଁସାପାଲି ଏବଂ ଝାର ବଲାଙ୍ଗିର ଆଦି ପାଖାପାଖି ତିନୋଟି ଗାଁ ବୁବେଲ ପଂଚାୟତରେ ରହିଛି । ବଲାଙ୍ଗିର ଠାରୁ ବିଛୁପାଲିର ଦୂରତା ୧୫ କିମି । ଖୋର୍ଦ୍ଧା-ବଲାଙ୍ଗିର ୨୮୯ କିମି ରେଳପଥର ଇଏ ଏକ ଅଂଶ । ୧୯୯୪-୯୫ରୁ ଏହି ରେଳପଥକୁ ମଞ୍ଜୁରୀ ମିଳିଛି । ଯାହା ବୌଦ୍ଧ, ସୋନପୁର, ନୟାଗଡ଼, ଭୁବନେଶ୍ୱର ସହିତ ସଂଯୋଜିତ ହେବ । ବିଛୁପାଲିର ୭୦ ବର୍ଷ ବୟସ୍କ ଅଜୟ ମହାନ୍ତି କହନ୍ତି ଏଠାରେ ଆଗରୁ ୨୮ ପରିବାର ଥିଲେ । ବ୍ରାହ୍ମଣ, କରଣ ଓ ସାପଧରାଳୀ କେଳା ସଂପ୍ରଦାୟ ବସବାସ କରୁଥିଲେ । ଯେଉଁମାନେ ଧନୀ ଥିଲେ ବଲାଙ୍ଗିର ଚାଲିଗଲେ । ଚାଷୀମାନେ ବିଜୁଳି ଥିବା ଗାଁ ଝାରବଲାଙ୍ଗିର ଚାଲିଗଲେ । ଆଉ ଯେଉଁମାନଙ୍କର ମୋ ଭଳି ଏଠାରେ କମ୍ ଚାଷଜମି ଓ ବାସ ଘର ଥିଲା ଆମେ ସେହି ଲୋଭରେ ଏଠାରେ ରହି ଯାଇଛୁ ।

16/01/2019

Leave a Reply

Your email address will not be published. Required fields are marked *

Comments