Bikash Khabar
ପଡ଼ି ରହିଛି ୩ କୋଟି ମାମଲା, ଛୁଟି ନ ନେବାକୁ ବିଚାରପତିଙ୍କୁ ପରାମର୍ଶ

ତଳ କୋର୍ଟରୁ ସର୍ବୋଚ୍ଚ କୋର୍ଟ ଯାଏ ୩ କୋଟି ମାମଲା ଗଡ଼ୁଛି । ଏପରି ସ୍ଥିତିରେ କାର୍ଯ୍ୟ ଦିବସ ଗୁଡ଼ିକରେ ଛୁଟି ନନେବା ପାଇଁ ମୁଖ୍ୟ ବିଚାରପତି ରଞ୍ଜନ ଗୋଗେଇ ଦେଶର ସମସ୍ତ ବିଚାରପତିମାନଙ୍କୁ ପରାମର୍ଶ ଦେଇଛନ୍ତି ।
ଜରୁରୀ ପରିସ୍ଥିତିକୁ ଛାଡ଼ି ଦେଲେ ଅନ୍ୟ କାର୍ଯ୍ୟ ଦିବସ ଗୁଡ଼ିକରେ ଛୁଟି ନନେବା ପାଇଁ କହିଛନ୍ତି ମୁଖ୍ୟ ବିଚାରପତି । ଏଲଟିସି ବା ଅବକାଶ ଭ୍ରମଣ ଛୁଟି ନେବା ଉପରେ ମଧ୍ୟ ପ୍ରଧାନ ବିଚାରପତି ନୋ ଲିଭ ଯୋଜନା ସୂତ୍ର ଗ୍ରହଣ କରିବାକୁ ଯାଉଛନ୍ତି । ନୋ ଲିଭ ଯୋଜନାନୁଯାୟୀ କୌଣସି ବିଚାରପତି କାର୍ଯ୍ୟ ଦିବସରେ ଛୁଟି ନେଇ ପାରିବେ ନାହିଁ ।
ଦେଶର ତ୍ରିସ୍ତରୀୟ ବିଚାର ବ୍ୟବସ୍ଥାରେ ଜରୁରୀ ମାମଲା ଗୁଡ଼ିକର ବିଚାର ଶେଷ କରିବା ଲାଗି ସେ ଏହି ପଦକ୍ଷେପ ଗ୍ରହଣ କରିଛନ୍ତି । ଦେଶର କୋର୍ଟ ଗୁଡ଼ିକରେ ୩କୋଟି ମାମଲା ପଡ଼ି ରହିଥିବାବେଳେ ଅନେକ ବିଚାରପତିଙ୍କ ଶୂନ୍ୟସ୍ଥାନ ପୂରଣ ହୋଇପାରୁନାହିଁ । ଏଭଳି କ୍ଷେତ୍ରରେ କାର୍ଯ୍ୟ ଦିବସରେ ବିଚାରପତିମାନେ ଛୁଟି ନେବା ବଦଳରେ ଉପସ୍ଥିତ ହେବାକୁ ଏଭଳି ପ୍ରକ୍ରିୟା ଆପଣାଉଥିବା ଜଣାଯାଇଛି । 
 

13/10/2018

Leave a Reply

Your email address will not be published. Required fields are marked *

Comments