Bikash Khabar
ବିଲାତି ପାଇଁ ଗ୍ରାହକ ପାଉନି ଚାଷୀ, ରାସ୍ତାରେ ଢାଳି ନିଜ ଉପରେ ନେଉଛନ୍ତି ପ୍ରତିଶୋଧ

ଗତ ବର୍ଷ ବିଲାତିର ଅଭାବୀ ବିକ୍ରୀକୁ ନେଇ ବିଧାନସଭାରେ ତୁମ୍ଭୀ ତୋଫାନ ହୋଇଥିଲା । ଗଞ୍ଜାମର ଚାଷୀ ବିଲାତି କ୍ଷେତରୁ ବିଲାତି ତୋଳି ରାସ୍ତାରେ ଢାଳୁଥିବା ଖବର ଗଣମାଧ୍ୟମରେ ପ୍ରକାଶିତ ହେବା ପରେ ତୁରନ୍ତ ଶୀତଳ ଭଣ୍ଡାର ଓ ଟମାଟୋ ପ୍ରକ୍ରିୟାକରଣ ୟୁନିଟ ପ୍ରତିଷ୍ଠା ପାଇଁ କଥା ଦେଇଥିଲେ ସରକାର । ହେଲେ ସମୟର ପ୍ରବାହରେ ସରକାର ପ୍ରଶାସନ ଏ ପ୍ରସଙ୍ଗ ଭୁଲିଗଲେ । ଚଳିତ ବର୍ଷ ମଧ୍ୟ ସମାନ ସମସ୍ୟା ସୃଷ୍ଟି ହୋଇଛି । କ୍ଷେତର ଲାଲ ଟମାଟୋ ପାଇଁ ବଜାରରେ ନାହାନ୍ତି ଗ୍ରାହକ । ବଜାରକୁ ବିକ୍ରୀ ପାଇଁ ଆଣିଲେ ଗ୍ରାହକ ମିଳୁନାହାନ୍ତି । କିଲୋ ୨ ଟଙ୍କା ରେ ଦେଲେ ଚାଷୀର ପରିବହନ ଖର୍ଚ୍ଚ ଉଠୁନି । ତେଲକୋଇର ଚାଷୀମାନେ ତେଲକୋଇ ସାପ୍ତାହିକ ହାଟକୁ ଆଣିଥିବା ବିଲାତି ବିକ୍ରୀ କରି ନପାରିବାରୁ ବ୍ଲକ କାର୍ଯ୍ୟାଳୟ ଆଗରେ ଢାଳି ନିଜେ ଚାଷୀଟିଏ ହୋଇଥିବାରୁ ଭାଗ୍ୟକୁ ନିନ୍ଦି ଘରକୁ ଫେରିଛନ୍ତି ।

ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ବିଲାତି ଚାଷ କରିଥିବା ଚାଷୀଙ୍କ ପାଇଁ ସରକାର ବଜାର ବ୍ୟବସ୍ଥା କରିନାହାନ୍ତି । ଶୀତଳ ଭଣ୍ଡାର କରୁନାହାନ୍ତି । ଟମାଟୋର ପ୍ରକ୍ରିୟାକରଣ ଶିଳ୍ପ ସ୍ଥାପନା କରୁନାହାନ୍ତି । କରଡ଼ାପାଲି ବାଲି ସାହିର ବିଜୟ ମୁଣ୍ଡା , ବିନୋଦ ମୁଣ୍ଡା ଭଳି ଗରିବ ଚାଷୀ ରାସ୍ତାରେ ହଜାର ହଜାର ଟଙ୍କାର ବିଲାତି ଢାଳି ଘରକୁ ଫେରିଥିବାବେଳେ ନବୀନ ସରକାର କାଳିଆ ଯୋଜନାରେ ୫ ହଜାର ଟଙ୍କା ପଠାଇ ଆପଣ ଖୁସି କି ବୋଲି ପଚାରିବା କଟା ଘାରେ ଚୂନ ବୋଲି ଅନେକ ଚାଷୀ କହିଛନ୍ତି ।

23/02/2019

Leave a Reply

Your email address will not be published. Required fields are marked *

Comments