Bikash Khabar
ନିର୍ଦ୍ଦେଶ ଦେଲା ଏଫଏସଏସଆଇ, ଫଳ ଉପରେ ଷ୍ଟିକର ଲଗାଇବା ମନା

ଫଳ ଉପରେ ନାନା ପ୍ରକାର ଷ୍ଟିକର ଲାଗିଥିବାର ଦେଖାଯାଇଥାଏ । ଷ୍ଟିକରର ଅଠା ଦେହ ପାଇଁ କ୍ଷତିକାରକ ହୋଇଥିବାରୁ ଏଣିକି ଫଳ ଦୋକାନୀ ଟେଷ୍ଟେଡ଼ ଓକେ, ବେଷ୍ଟ କ୍ୱାଲିଟି ଓ କମ୍ପାନୀର ନାଁ ଲେଖାଥିବା ଭଳି ଷ୍ଟିକର ଫଳ ଉପରେ ନ ମାରିବାକୁ ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ (ଏଫଏସଏସଆଇ) ପକ୍ଷରୁ ନିର୍ଦ୍ଦେଶାବଳୀ ଜାରୀ କରାଯାଇଛି ।

ସେଓ, ଆମ୍ବ, କଦଳୀ, ସିମଲା ଲଙ୍କା, କମଳା ଓ ନାସପାତି ଭଳି ଫଳ ଗୁଡ଼ିକରେ ଦୋକାନୀମାନେ ନାନାପ୍ରକାର ଷ୍ଟିକର ଲଗାଉଛନ୍ତି । ଏହି ଷ୍ଟିକର ଲଗାଇ ସେମାନେ ଗ୍ରାହକଙ୍କୁ ବାହାରୁ ଆମଦାନୀ ହୋଇଥିବା ଉକୃଷ୍ଟ ଫଳ ବୋଲି କହୁଛନ୍ତି । ଗ୍ରାହକମାନେ ଷ୍ଟିକର ଲଗା ଫଳକୁ ଉକୃଷ୍ଟ ଫଳ ବୋଲି କିଣି ନେଉଥିବା ବେଳେ ଏଫଏସଏସଆଇ ଫଳ ଉପରେ ଷ୍ଟିକର ନମାରିବା ପାଇଁ କହିଛି । ଏଭଳି ଷ୍ଟିକରର ଫଳର ମାନ ଉପରେ କୌଣସି ମୂଲ୍ୟ ନାହିଁ । ଷ୍ଟିକରର ରାସାୟନିକ ଦ୍ରବ୍ୟ ଫଳ ଭିତରକୁ ପ୍ରବେଶ କରି ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ ବୋଲି ସଂପୃକ୍ତ ସଂସ୍ଥା କହିଛି । 
 

05/11/2018

Leave a Reply

Your email address will not be published. Required fields are marked *

Comments