Bikash Khabar
ପୁଅ ବୋହୁ ଙ୍କୁ ନୁହଁ ,ଜୀବନ ଯାକର ସଂଚିତ ଅର୍ଥ ଦେଇଦେଲେ ଜିଲ୍ଲାପାଳଙ୍କୁ

ବୃତ୍ତି ଓକିଲାତି କିନ୍ତୁ ନିଶା ତାଙ୍କର ସମାଜସେବା। ଜଗତସିଂହପୁର ସହର ୨୧ ନମ୍ବର ୱାର୍ଡ ସିପି ମକୁନ୍ଦପୁରରେ ରହୁଥିବା ଆଇନଜୀବୀ ବାସୁଦେବ ଷଡ଼ଙ୍ଗୀ ପାରମ୍ପରିକ ପ୍ରଥାରୁ ନିଜକୁ ଦୂରେଇ ଏକ ଭିନ୍ନ ଉଦାହରଣ ସୃଷ୍ଟି କରିଛନ୍ତି ପୁଅ-ବୋହୂ ଥାଇ ବି ଜିଲ୍ଲାପାଳଙ୍କୁ ନିଜ ସଂଚିତ ଅର୍ଥର ଉତରାଧିକାରୀ କରାଇଛନ୍ତି ବାବୁଦେବ ତାଙ୍କ ପତ୍ନୀଙ୍କ ନାଁରେ ବ୍ୟାଙ୍କରେ ଥିବା ୧୪ ଲକ୍ଷ ଟଙ୍କାର ନୋମିନି ଜଗତସିଂହପୁର ଜିଲ୍ଲାପାଳଙ୍କୁ କରିଛନ୍ତି ତାଙ୍କ ଅନ୍ତେ ଜିଲ୍ଲାପାଳ ଏହି ଅର୍ଥକୁ ସମାଜର ମଙ୍ଗଳ ପାଇଁ ଖର୍ଚ୍ଚ କରିବେ ସେ ଲେଖି ଦେଇଛନ୍ତି  ୧୯୫୪ ସେପ୍ଟେମ୍ବର ୧୨ରେ ଜନ୍ମ ଗ୍ରହଣ କରିଥିବା ବାସୁଦେବ ପିଲାଟି ଦିନରୁ ଅନେକ ଆନ୍ଦୋଳନରେ ସାମିଲ ହୋଇ ଜେଲ୍ ଯାଇଛନ୍ତି ସମୟ କ୍ରମେ ଆନ୍ଦୋଳନରୁ ଓହରି ଓକିଲାତିକୁ ପେଶା ଭାବେ ଗ୍ରହଣ କରିଛନ୍ତି ଆଉ ଅସହାୟ ଗରିବଙ୍କୁ ନ୍ୟାୟ ଦେବା ପାଇଁ ବିନା ଟଙ୍କାରେ କେସ ଲଢି ପ୍ରତିପତି ମୁଷ୍ଟିମେୟ ବ୍ୟକ୍ତିଙ୍କୁ କାଠଗଡାରେ ଠିଆ କରି ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ବାସୁଦେବ ଓକିଲାତିକୁ ପେଶା କରିଥିବା ବାସୁଦେବଙ୍କ ନିଶା ସମାଜସେବା ସେଥିପାଇଁ ନିଜର ଦୁଇ ଦୁଇଟି ପୁଅ ଥାଇ ବି ଜିଲ୍ଲାପାଳଙ୍କୁୁ ସଂଚିତ ସଂପତିର ନୋମିନି ରଖିଛନ୍ତି ବାସୁଦେବଙ୍କ ବ୍ୟାଙ୍କ ଖାତାରେ ଥିବା ୧୨ ଲକ୍ଷ ଟଙ୍କା ସ୍ତ୍ରୀ ବିଦ୍ୟୁତ୍ପ୍ରଭାଙ୍କ ଆକାଉଁଟରେ ଥିବା ଲକ୍ଷ ଟଙ୍କାର ନୋମିନ ଅଛନ୍ତି ଜଗତସିଂହପୁର ଜିଲ୍ଲାପାଳ ଜିଲ୍ଲାପାଳଙ୍କୁ ନୋମିନ କରିବା ସଂପର୍କରେ ପଚାରିଲେ ବାସୁଦେବ କୁହନ୍ତି, କରୋନାର ଏହି ଭୟାବହତା ଭିତରେ ଯଦି ତାଙ୍କ ସହ କିଛି ଦୁର୍ଘଟଣା ଘଟେ ତେବେ ଜିଲ୍ଲାପାଳ ସେହି ଟଙ୍କାରେ ଗରିବ ପିଲାଙ୍କୁ ପାଠ ପଢାଇବା ସହ ଅସହାୟଙ୍କ ଚିକିତ୍ସା କରାଇବେ ୨୦୧୭ରେ ବଡ଼ ପୁଅ ୨୦୧୯ରେ ସାନ ପୁଅଙ୍କ ବାହାଘର କରି ଚର୍ଚ୍ଚାକୁ ଆସନ୍ତି ବାସୁଦେବ ବଡ଼ ପୁଅ ବିପ୍ଳବ ଲେଲିନ୍ ସୁପ୍ରିମକୋର୍ଟର ଆଇନଜୀବୀ ଥିବା ବେଳେ ସାନ ପୁଅ ବିସ୍ମୟ ଷ୍ଟାଲିନ୍ ହାଇକୋର୍ଟରେ ଓକିଲାତି କରୁଛନ୍ତି ଦୁଇ ପୁଅଙ୍କ ବାହାଘର ବିନା ଜାନି øତୁକରେ କରି ଚର୍ଚ୍ଚାକୁ ଆସିଛନ୍ତି ବାସୁଦେବ ବଡପୁଅଙ୍କ ବିବାହ ବଳେ ପ୍ରତିରକ୍ଷା ବିଭାଗ ପାଣ୍ଠିକୁ ୫୦ ହଜାର ଟଙ୍କା ଦାନ କରିଥିବା ଏହି ବ୍ୟକ୍ତି ଜଣଙ୍କ ସାନପୁଅର ବିବାହ ପାଇଁ ଥିବା ଲକ୍ଷ ଟଙ୍କାରେ ମାନବ ଟ୍ରଷ୍ଟ କରି ଗ୍ରାମବାସୀଙ୍କୁ ଚିକିତ୍ସା ଯୋଗଇ ଆସୁଛନ୍ତି ଆଇନଜୀବୀ ବାସୁଦେବ

11/08/2020

Leave a Reply

Your email address will not be published. Required fields are marked *

Comments