Bikash Khabar
୧୫ ଦିନରେ ମିଳିବ ବନ୍ୟଜନ୍ତୁ ଦ୍ୱାରା କ୍ଷୟକ୍ଷତି ଜନିତ ସହାୟତା

ହାତୀ, ବାଘ ଭଳି ହିଂସ୍ର ପ୍ରାଣୀଙ୍କ ଆକ୍ରମଣରେ କାହାର ମୃତ୍ୟୁ ଘଟିଲେ କିମ୍ବା ଫସଲ ଓ ଘରର କ୍ଷତି ଘଟିଲେ ତାର କ୍ଷତି ପୂରଣ ପାଇବାକୁ ବିଳମ୍ବ ହେଉଥିଲା । ପୁଲିସ ତଦନ୍ତ ରିପୋର୍ଟ ଓ ତହସିଲଦାରଙ୍କ ଠାରୁ ଉତ୍ତରାଧିକାରୀ ପ୍ରମାଣ ପତ୍ର ମିଳିବା ପରେ ଯାଇ ମିଳୁଥିଲା କ୍ଷତିପୂରଣ । ଏଣିକି ସେପରି ଆଉ ବିଳମ୍ବ ହେବନି । ବନ୍ୟ ପ୍ରାଣୀଙ୍କ ଆକ୍ରମଣରେ କାହାର ମୃତ୍ୟୁ ଘଟିଲେ ବା କେହି ଗୁରୁତର ଆହତ ହେଲେ ବନ ବିଭାଗ ପକ୍ଷରୁ ୧୫ ଦିନ ଭିତରେ କ୍ଷତିପୂରଣ ପ୍ରଦାନ କରାଯିବ । ଏଥିପାଇଁ ରାଜ୍ୟ ସରକାର ଏକ ନୁଆ ନିୟମ ଆଣିଛନ୍ତି । ପୂର୍ବଭଳି ପୁଲିସ ଓ ରାଜସ୍ୱ ବିଭାଗ ଉପରେ ତଦନ୍ତ ପାଇଁ ନିର୍ଭର କରାନଯାଇ ବନବିଭାଗର ରେଞ୍ଜର ଓ ଡ଼ିଏଫଓଙ୍କ ତଦନ୍ତ ଆଧାରରେ ମୃତକଙ୍କ ପରିବାରକୁ ଓ ଆହତଙ୍କ ଚିକିତ୍ସା ପାଇଁ କ୍ଷତିପୂରଣ ଅର୍ଥରାଶି ପ୍ରଦାନ କରାଯିବ ।

ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବା ଏକ ଲମ୍ବା ପ୍ରକ୍ରିୟା ହୋଇଥିବାରୁ କ୍ଷତିପୂରଣ ପ୍ରଦାନରେ ବିଳମ୍ବ ଘଟୁଥିଲା । ପୁରୁଣା ନିୟମକୁ ସରକାର ପରିବର୍ତ୍ତନ କରିଛନ୍ତି ।

08/03/2019

Leave a Reply

Your email address will not be published. Required fields are marked *

Comments