Bikash Khabar
ଏବେ କଲେଜରେ ଚା ଦୋକାନ ଚଳାଇବେ ଛାତ୍ର, ହେବେ ବ୍ୟବସାୟୀ

ମିରଠ ଏବଂ ସହାରନପୁରର କେତେକ ଡ଼ିଗ୍ରୀ କଲେଜରେ ଛାତ୍ରଙ୍କ ଭିତରେ ଷ୍ଟାର୍ଟଅପ ବିକଶିତ କରିବାର ଏକ ନୂଆ ଯୋଜନା ପ୍ରସ୍ତୁତ କରାଯାଇଛି । କଲେଜରେ ଛାତ୍ରଛାତ୍ରମାନଙ୍କୁ ଇଣ୍ଡଷ୍ଟ୍ରିର କଳା କୌଶଳତା ଶିଖାଇ ଦିଆଯିବ । କଲେଜ ଗୁଡ଼ିକରୁ ମତାମତ ଲୋଡ଼ାଯାଇଛି । ଶିଳ୍ପ ପରିଚାଳକ କଲେଜ ଗୁଡ଼ିକୁ ବୁଲି ଦେଖିଛନ୍ତି । ଅପରପକ୍ଷରେ କଲେଜ ସ୍ତରରୁ ଛାତ୍ରଛାତ୍ରୀଙ୍କ ମଧ୍ୟରୁ କମ୍ ପୁଞ୍ଜିନିବେଶରେ ନିଜର ଷ୍ଟାର୍ଟଅପକୁ ଆଗକୁ କିଭଳି ନେଇ ହେବ ସେ ଦିଗରେ ଶିକ୍ଷା ଦିଆଯିବ । ଏଥିପାଇଁ ଏକ ନମୁନା ପ୍ରକଳ୍ପର ଅଂଶ ସ୍ୱରୂପ କଲେଜରେ ଛାତ୍ରଛାତ୍ରୀମାନଙ୍କୁ ନେଇ ଟି-ଷ୍ଟ୍ରଲ ଖୋଲି ଷ୍ଟାର୍ଟଅପ ଶିଖିପାରିବେ ।
ଚୌଧୁରୀ ଚରଣ ସିଂହ ବିଶ୍ୱବିଦ୍ୟାଳୟ ସହିତ ଅନୁବନ୍ଧିତ କଲେଜ ଗୁଡ଼ିକୁ ଏଥିରେ ସଂଶ୍ଲିଷ୍ଟ କରାଯିବ । ପାଠପଢା ସହ ବ୍ୟକ୍ତିତ୍ୱ ବିକାଶ ଦିଗରେ ନିୟମିତ କର୍ମଶାଳା ମାନ ଆୟୋଜନ କରାଯିବ । ପ୍ରତିବର୍ଷ ମିରଠ ଓ ସାହରନପୁର ଅଂଚଳରୁ ଲକ୍ଷାଧିକ ଛାତ୍ରଛାତ୍ରୀ ଡ଼ିଗ୍ରୀ ପାସ କରି ଚାକିରୀ ଅନ୍ୱେଷଣରେ ଘୁରି ବୁଲନ୍ତି । ବିଦ୍ୟାର୍ଥିମାନଙ୍କୁ ସ୍ୱାବଲମ୍ବୀ ପାଇଁ ଏହି ବିଶ୍ୱବିଦ୍ୟାଳୟ ଏବେ ଏଭଳି ଯୋଜନାମାନ ଆରମ୍ଭ କରିବାକୁ ଯାଉଛି । 
 

16/09/2018

Leave a Reply

Your email address will not be published. Required fields are marked *

Comments