Bikash Khabar
ନୁଆପଡ଼ାର ଶାଳିନୀଙ୍କୁ ମିଳିଲା ଜାତିସଂଘ ସମ୍ମାନ, ରୋକିପାରିଛନ୍ତି ବାଲ୍ୟ ବିବାହ, ଗଢିଛନ୍ତି କିଶୋରୀଙ୍କ ମହାସଂଘ

ନୁଆପଡ଼ାର ଶାଳିନୀ ସାହୁଙ୍କୁ ମିଳିଛି ଜାତିସଂଘର ସ୍ୱିକୃତି । ଦେଶର ୮ଜଣ ଯୁବତୀଙ୍କୁ ଜାତିସଂଘର ମର୍ଯ୍ୟଦାଜନକ ଭି ଆୱାର୍ଡ଼ରେ ସମ୍ମାନୀତ କରାଯାଇଛି । ଓଡ଼ିଶାର ଏକମାତ୍ର ଝିଅ ଭାବେ ଏଭଳି ସମ୍ମାନ ପାଇଛନ୍ତି ଶାଳିନୀ । ଶାଳିନୀ ନିଜ ଜିଲ୍ଲା ତଥା ବ୍ଲକର ଦୁଇଟି ବାଲ୍ୟବିବାହକୁ ରୋକିପାରିଛନ୍ତି । ପରୋକ୍ଷ ଭାବରେ ୧୦ରୁ ଅଧିକ ବାଲ୍ୟ ବିବାହ ଶାଳିନୀଙ୍କ ଯୋଗୁଁ ରୋକାଯାଇ ପାରିଛି ।

ନୁଆପଡ଼ା ସଦର ବ୍ଲକର ଶାଳିନୀ ସାହୁ, ଖେମରାଜ ସାହୁ ଓ ସରୋଜବାଳା ସାହୁଙ୍କ ତୃତୀୟ ସନ୍ତାନ । ଶାଳିନୀଙ୍କ ଉପରେ ଅଛନ୍ତି ଆଉ ଦୁଇଭଉଣୀ ଓ ତଳେ ଗୋଟିଏ ଭାଇ ଓ ଗୋଟିଏ ଭଉଣୀ । ହିନ୍ଦୀରେ ସ୍ନାତକୋତ୍ତର ପଢୁଥିବା ଶାଳିନୀ ନିଜ ଗାଁ ତଥା ଆଖପାଖରେ ବାଲ୍ୟ ବିବାହର ଯାତନାକୁ ଅତି ପାଖରେ ଦେଖି ଚିନ୍ତିତ ଥିବାବେଳେ ସେ ଏ ଦିଗରେ କାମ କରୁଥିବା ସେଭ ଦି ଚିଲଡ଼୍ରେନ ଓ ଆଶା ଓଡ଼ିଶା ସଂଗଠନର ପ୍ରଭାବରେ ଆସିଲେ । ଏହି ଦୁଇ ସଂଗଠନର ଲଳିତା ଓ ବାବୁ ଶୀର୍ଷକ ତିନିଦିନିଆ ଲାଇଫ ସ୍କିଲ ତାଲିମ ନେବା ପରେ ଶାଳିନୀଙ୍କ ଜୀବନରେ ଆସିଲା ଏକ ନୁଆ ମୋଡ଼ । ମା ଙ୍କୁ ଘର କାମରେ ସାହାର୍ଯ୍ୟ କରୁଥିବା ଶାଳିନୀ ଏଥର ମହିଳା ଓ କିଶୋରୀମାନଙ୍କୁ ଭେଟି ବାଲ୍ୟବିବାହ ଓ ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ମୁହଁ ଖୋଲିଲେ । ଗ୍ରାମ ପଂଚାୟତ ଓ ବ୍ଲକ ସ୍ତରରେ ଗଢାଗଲା ସଂଗଠନ । ଅନନ୍ୟା କିଶୋରୀ ମହାସଂଘ ଓ ମଦର ଟେରସା ବାଳିକା ସଂଘ ଗଢି ସେ କିଶୋରୀମାନଙ୍କ ବିଭିନ୍ନ ସମସ୍ୟା ଉପରେ ଚର୍ଚ୍ଚା ଆରମ୍ଭ କଲେ । ସୂଚନା ଯୋଗ୍ୟ ଯେ ବାଳିକା ବିବାହ ବିରୋଧରେ ସ୍ୱର ତୋଳୁଥିବା ଆଶା ଓଡ଼ିଶା ଓ ସ୍ୱାତୀ ସଂଗଠନ ସହ ଶାଳିନୀଙ୍କ ପରି ଅନେକ ଝିଅ ଏବେ ଯୋଡ଼ି ହୋଇ ନୁଆ ଇତିହାସ ରଚିଛନ୍ତି । 
 

14/12/2018

Leave a Reply

Your email address will not be published. Required fields are marked *

Comments