Bikash Khabar
ଆଖିକୁ ଝଲସାଇ ଦେଉଛି କାଠ ରଥରେ ଓଡ଼ିଆ ଶିଳ୍ପୀଙ୍କ କାରୁକାର୍ଯ୍ୟ, ମୂଲ୍ୟ ରହିଛି କୋଟିଏ

ମହାଭାରତର କାହାଣୀକୁ ନେଇ ପ୍ରସ୍ତୁତ ହୋଇଛି ଏକ ବର୍ଣ୍ଣାଢ୍ୟ ରଥ । ପାର୍ଥ ସାରଥୀଙ୍କ ଏହି ରଥରେ ଲାଗିଛି ଚାରୋଟି ଚକ । ୪ଟି ଘୋଡ଼ା ଟାଣି ନେଉଛନ୍ତି ରଥକୁ । ୪ଟି ଚକ ସାଙ୍ଗକୁ ପୁରା ରଥଟି ତିଆରି ହୋଇଛି କାଠରେ । ଏକ କୋଟି ଟଙ୍କା ମୂଲ୍ୟର ଏହି କାଷ୍ଠ ନିର୍ମିତ ରଥକୁ ନିର୍ମାଣ କରିଛନ୍ତି ପଦ୍ମଶ୍ରୀ ସୁଦର୍ଶନ ସାହୁ । ସଂସ୍କୃତି ବିଭାଗ ପକ୍ଷରୁ ଯାଜପୁରରେ ନିର୍ମିତ ହେବାକୁ ଥିବା ସଂଗ୍ରହାଳୟରେ ସ୍ଥାନ ପାଇବ ।

ସଂସ୍କୃତି ବିଭାଗରୁ ଏଭଳି ଏକ ରଥ ନିର୍ମାଣ ପାଇଁ  ପ୍ରସ୍ତାବ ମିଳିବା ପରେ ୪୦୦ ବର୍ଷ ତଳର ପୁରୁଣା କାଠ କଟକରୁ ସଂଗ୍ରହ କରାଯାଇଥିଲା । ଏଥିରେ ୯ ଜଣ ଅଭିଜ୍ଞ କାଠ ଶିଳ୍ପୀ ୭ ବର୍ଷର ଶ୍ରମ ଦେଇ ପାର୍ଥ ସାରଥୀ ରଥକୁ ପୂର୍ଣ୍ଣାଙ୍ଗ ସ୍ପର୍ଶ ଦେଇଛନ୍ତି । ନିଖୁଣ କାମରେ ଝଲସି ଯାଉଛି ଆଖି ।
ଶିଳାରେ ପଦ୍ମ ଫୁଟାଇ ସାରା ବିଶ୍ୱରେ ଉତ୍କଳୀୟ କାରିଗରଙ୍କ ମାନ ସମ୍ମାନକୁ ଶିଖରରେ ପହଂଚାଇଥିବା ପଦ୍ମଶ୍ରୀ ସୁଦର୍ଶନ ସାହୁଙ୍କ ଏହି କାଠ ନିର୍ମିତ ରଥ ସଂଗ୍ରହାଳୟର ପ୍ରମୁଖ ଆକର୍ଷଣ ପାଲଟିବ ବୋଲି କୁହାଯାଉଛି ।

12/03/2019

Leave a Reply

Your email address will not be published. Required fields are marked *

Comments