Bikash Khabar
୧୯ ବର୍ଷର ଓଡ଼ିଆ ଯୁବକଙ୍କ ଡ଼କ୍ୟୁମେଣ୍ଟାରି ସାରା ବିଶ୍ୱରେ ପ୍ରଶଂସିତ

ବୟସ ମାତ୍ର ୧୮ ବର୍ଷ, ହେଲେ ସାମାଜିକ ସମସ୍ୟାକୁ ନେଇ ତାଙ୍କର ଗଭୀର ଚିନ୍ତା ତାଙ୍କୁ ଏକ ନୂଆ ପରିଚୟ ପ୍ରଦାନ କରିଛି ।

ଭୁବନେଶ୍ୱରର ଛାତ୍ର ରାଜକିଶୋର ଏକ ସାମାଜିକ ସମସ୍ୟାଭିତ୍ତିକ କାହାଣୀକୁ ଆଧାର କରି ନିର୍ମାଣ କରିଛନ୍ତି ପ୍ରାମାଣିକ ଚଳଚ୍ଚିତ୍ର ମାୟା । ୨୦୧୯ ଜାନୁଆରୀ ୭ରେ ୟୁ ଟ୍ୟୁବରେ ରିଲିଜ୍ ହୋଇଥିବା ଏହି କ୍ଷୁଦ୍ର ପ୍ରାମାଣିକ ଚଳଚ୍ଚିତ୍ରଟି ନିକଟରେ ଆମେରିକାର ଫିଲାଡ଼େଲଫିଆ ସହରରେ ଆୟୋଜିତ ଏକ ଯୁବ ସିନେମା ମହୋତ୍ସବରେ ପ୍ରଦର୍ଶିତ ହୋଇ ଶ୍ରେଷ୍ଠ ଡ଼କ୍ୟୁମେଣ୍ଟାରୀ ଫିଲ୍ମ ଭାବେ ଆୱାର୍ଡ଼ ପାଇଛି ।
ସହରାଂଚଳ ବସ୍ତିରେ ରହୁଥିବା କିଶୋର ଓ ଶିଶୁମାନେ ନିଶା କବଳରେ କିଭଳି ଛନ୍ତି ହୋଇଯାଉଛନ୍ତି ଓ ଉକ୍ରଟ ନିଶା ସେମାନଙ୍କୁ କିଭଳି ଜାଳି ପୋଡ଼ି ଛାରଖାର କରିଦେଉଛି ତାରି ଉପରେ ରାଜକିଶୋର ଫୋକସ କରିଛନ୍ତି । ଏହି ସମ୍ବେଦନଶୀଳ ଘଟଣା ଉପରେ ଅଧିକ ଗବେଷଣା ସହିତ ରାଜକିଶୋର ଫିଲ୍ମ ପାଇଁ ଦେଢ ବର୍ଷ ସମୟ ଦେଇଥିଲେ । ଭୁବନେଶ୍ୱରର ବିଭିନ୍ନ ବସ୍ତିରେ ସେ ପିଲାମାନଙ୍କ ଜୀବନକୁ ଅତି ପାଖରୁ ଦେଖିବା ସହ ସେମାନଙ୍କୁ ଅଧ୍ୟୟନ କରିଥିଲେ । ଆଗକୁ ସେ ଏଭଳି କାର୍ଯ୍ୟକ୍ରମ ଜାରି ରଖିବେ ବୋଲି କହିଛନ୍ତି ।

19/04/2019

Leave a Reply

Your email address will not be published. Required fields are marked *

Comments