Bikash Khabar
ସ୍ମାର୍ଟ ସିଟିରେ ସାଇନ ବୋର୍ଡ଼ରୁ ହଜିଛି ଓଡ଼ିଆ

ସ୍ମାର୍ଟ ସିଟି ଭୁବନେଶ୍ୱରର ଚେହେରାରେ ଆସିଛି ବଡ଼ ପରିବର୍ତ୍ତନ । ପ୍ରଶସ୍ଥ ସଡ଼କ ସାଙ୍ଗକୁ ସନ୍ଧ୍ୟା ହେଲେ ଆଲୋକରେ ଝଲସୁଥିବା ଏହି ସହରରୁ ଏବେ ଗାଏବ ହେବାରେ ଲାଗିଛି ଓଡ଼ିଆ । ସରକାରୀ ବେସରକାରୀ ପ୍ରତିଷ୍ଠାନ ସାଙ୍ଗକୁ ବ୍ୟବସାୟିକ ପ୍ରତିଷ୍ଠାନ ଗୁଡ଼ିକରେ ଓଡ଼ିଆ ଭାଷାର ଫଳକ ଲଗାଯିବା ପାଇଁ ତାଗିଦା ଥିବା ସତ୍ତେ୍ୱ ସରକାରଙ୍କ କଟକଣା ବାଟବଣା ହୋଇଛି । ବ୍ୟବସାୟିକ ପ୍ରତିଷ୍ଠାନମାନେ ଓଡ଼ିଆ ଓଡ଼ିଆ ଫଳକ ଲେଖୁନାହାନ୍ତି । ଯେଉଁମାନଙ୍କ ଦୋକାନରେ ଇଂରାଜୀ ଫଳକ ଥିଲା ତାହା ହଟାଯିବା ତ ଦୂର କଥା ନୁଆ ନୁଆ ଦୋକାନ ଓ ଅଫିସରେ ଇଂରାଜୀ ଫଳକ ଲଗାଯାଉଥିବା ଦୃଶ୍ୟ ସାମ୍ନାକୁ ଆସୁଛି । 

ଗତ ମେ ୩୦ରେ ରାଜ୍ୟ ସରକାର ଏକ ବିଜ୍ଞପ୍ତି ଜାରୀ କରିଥିଲେ । ଏହାର ଧାରା ୩ ଉପଧାରା ୨(କ) ଅନୁଯାୟୀ ଓଡ଼ିଆ ଭାଷାରେ ଫଳକ ଲଗାଇବାକୁ ବାଧ୍ୟତାମୂଳକ କରାଯାଇଥିଲା । ପ୍ରତ୍ୟେକ ବ୍ୟବସାୟିକ ପ୍ରତିଷ୍ଠାନ ଓଡ଼ିଆ ଭାଷାରେ ଫଳକ ନ ଲଗାଇଲେ ଜରିମାନା ଦେବା କଥା ମଧ୍ୟ ବିଜ୍ଞପ୍ତି ଜରିଆରେ ଜଣାଇ ଦିଆଯାଇଥିଲା । କିନ୍ତୁ ବିଜ୍ଞପ୍ତିଜାରୀର ୬ ମାସ ପରେ ସ୍ଥିତି ବଦଳି ନାହିଁ । ରାଜଧାନୀର ଅସଂଖ୍ୟ ବ୍ୟବସାୟିକ ପ୍ରତିଷ୍ଠାନରେ ଏବେ ପୁରୁଣା ଇଂରାଜୀ ଫଳକ ଝୁଲୁଛି । ଧରପଗଡ଼ ପାଇଁ ସ୍କ୍ୱାର୍ଡ଼ ଗଢାଯାଇଛି, ପାଟ୍ରୋଲିଂ ହେଉଛି । ୪୫ ହଜାର ଜରିମାନା ଆଦାୟ କରାଯାଇଛି କିନ୍ତୁ ଓଡ଼ିଆ ଫଳକଙ୍କ ସଂଖ୍ୟା ଧିମା ଗତିରେ ବଢୁଛି । 
 

26/12/2018

Leave a Reply

Your email address will not be published. Required fields are marked *

Comments