Bikash Khabar
ସତ୍ୟବାଦୀ ବକୁଳ ବନରେ ଓଡ଼ିଆ ବିଶ୍ୱବିଦ୍ୟାଳୟ

ଓଡ଼ିଆ ନବଜାଗରଣର ପୀଠ ତଥା ଉତ୍କଳମଣି ଗୋପବନ୍ଧୁଙ୍କ ସମେତ ପଂଚସଖାଙ୍କ କର୍ମଭୂମି ସତ୍ୟବାଦୀର ବକୁଳବନରେ ଓଡ଼ିଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହେବ । ଅତୀତରେ ସ୍ଥାପନ କରିଥିବା ଆଦର୍ଶକୁ ଜୀବିତ କରିବା ପାଇଁ ରାଜ୍ୟ ସରକାର ଏହି ଭୂମିରେ ଓଡ଼ିଆ ବିଶ୍ୱବିଦ୍ୟାଳୟ ନିର୍ମାଣକୁ ନେଇ ନିଷ୍ପତ୍ତି ନେଇଛନ୍ତି ।
ଗୋପବନ୍ଧୁ, ଗୋଦାବରୀଶ, କୃପାସିନ୍ଧୁ, ହରିହର, ନୀଳକଣ୍ଠଙ୍କ ଆଦର୍ଶର ପ୍ରଚାର ପ୍ରସାର ନିକଟରେ ଏହି ବିଶ୍ୱବିଦ୍ୟାଳୟ ସହାୟକ ହେବ । ସତ୍ୟବାଦୀର ପରିବେଶ ଯଥାରୀତି ରହିବ । ଗୋଟିଏ ଗଛ କଟାଯିବ ନାହିଁ । ବାଲି ପଥରରେ ଏକ ମହଲା ବିଶିଷ୍ଟ କୋଠା ନିର୍ମାଣ କରାଯିବ ।
ଉପାଧ୍ୟ୍ୟୁତର ଶିକ୍ଷାଠାରୁ ଏମ ଫିଲ, ଓ ପିଏଚଡ଼ି ପର୍ଯ୍ୟନ୍ତ ଓଡ଼ିଆ ଭାଷାରେ ଉଚ୍ଚତମ ଶିକ୍ଷା ଓ ଗବେଷଣା ଦିଗରେ ଏହି ବିଶ୍ୱବିଦ୍ୟାଳୟ କାର୍ଯ୍ୟ କରିବ । ଏଥିପାଇଁ ଖୁବ ଶିଘ୍ର ଜଣେ ଅଫିସର ଅନ ସ୍ପେଶାଲ ଡ଼୍ୟୁଟିଙ୍କୁ ନିଯୁକ୍ତି ମିଳିବ । ଏହାର ଅସ୍ଥାୟୀ କାର୍ଯ୍ୟାଳୟ ସତ୍ୟବାଦୀ ପାନ୍ଥନିବାସରେ ରହିବ । ବଜେଟରେ ଏହା ପାଇଁ ୧୦ କୋଟିର ପ୍ରାବଧାନ ରହିଛି । 
 

18/09/2018

Leave a Reply

Your email address will not be published. Required fields are marked *

Comments