Bikash Khabar
ଅମୃତ ମିଶନରେ ଓଡ଼ିଶା ପ୍ରଥମ

୨୦୧୫ ମସିହାରୁ କେନ୍ଦ୍ରସରକାର ଅମୃତ ଯୋଜନାରେ ରାଜ୍ୟକୁ ସହାୟତା ପ୍ରଦାନ କରିଆସୁଛନ୍ତି । ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ଅମୃତ ମିଶନକୁ ନିଷ୍ଠାର ସହିତ କାର୍ଯ୍ୟକାରୀ କରି ଲଗାତାର ସଫଳତା ହାସଲ କରିଥିବାବେଳେ ଚଳିତ ବର୍ଷ ସମଗ୍ର ଦେଶରେ ପ୍ରଥମ ସ୍ଥାନ ଅଧିକାର କରିଛି ।

ଓଡ଼ିଶା ସରକାର ଅମୃତ ମିଶନ ଯୋଜନାରେ ୯ଟି ସହର ଯଥା ଭୁବନେଶ୍ୱର, କଟକ, ରାଉରକେଲା, ସମ୍ବଲପୁର, ବ୍ରହ୍ମପୁର, ବାରିପଦା, ବାଲେଶ୍ୱର, ଭଦ୍ରକ ଓ ପୁରୀ ସହରରେ ୩୦୮.୮୫ କୋଟି ଟଙ୍କାର ପ୍ରକଳ୍ପ କାର୍ଯ୍ୟକାରୀ କରିଛନ୍ତି । ୧୬୪୦ କୋଟି ଟଙ୍କାର ପ୍ରକଳ୍ପ ପାଇଁ ଟେଣ୍ଡର ଦିଆଯାଇଥିବାବେଳେ ୧୭୧୨ କୋଟି ଟଙ୍କାର ଡ଼ିପିଆର ପ୍ରସ୍ତୁତ କରାଯାଇଛି । ବର୍ତ୍ତମାନ ୪୦୪ କୋଟି ଟଙ୍କାର ବିନିଯୋଗ ପ୍ରମାଣ ପତ୍ର ଦାଖଲ କରିଥିବା ଓଡ଼ିଶା ୬୬.୨୪ ପଏଣ୍ଟ ପାଇ ଶୀର୍ଷ ସ୍ଥାନରେ ପହଂଚିଛି ।
ଓଡ଼ିଶା ତଳକୁ ଆନ୍ଧ୍ରପ୍ରଦେଶ, ମିଜୋରାମ, ତେଲେଙ୍ଗାନା, ମଧ୍ୟପ୍ରଦେଶ, ଛତିଶଗଡ଼ ଥିବାବେଳେ ତାଲିକାର ୧୦ମ ସ୍ଥାନରେ ଜମ୍ମୁ ଓ କାଶ୍ମୀର ରହିଛି ।

09/02/2019

Leave a Reply

Your email address will not be published. Required fields are marked *

Comments